୨୦ ମିନିଟରେ ତତ୍କାଳ କରୋନା ରିପୋର୍ଟ; ୯୮.୬% ନିର୍ଭୁଲ

ବର୍ଷ ଶେଷ ବେଳକୁ ସାଧାରଣ ଲୋକଙ୍କ ନିମନ୍ତେ ବଜାରରେ ଉପଲବ୍ଧ ହେବା ନେଇ ଆଶା

ବ୍ରିଟେନ୍ ସରକାର କରୋନାର ତତ୍କାଳ ପରୀକ୍ଷା ନିମନ୍ତେ ଦେଇଛନ୍ତି ମଞ୍ଜୁରୀ । ଏହା ଅତ୍ୟନ୍ତ ସାଧାରଣ ଓ ମାତ୍ର ୨୦ ମିନିଟରେ ଜଣେ ବ୍ୟକ୍ତି ସଂକ୍ରମିତ କି ନୁହେଁ ଜଣାପଡ଼ିବ । ମଧୁମେହ ରୋଗୀମାନଙ୍କ ରକ୍ତ ପରୀକ୍ଷା ପରି ଏହାକୁ ଆଙ୍ଗୁଳି ଟିପରୁ ରକ୍ତ ନମୁନା (ଫିଙ୍ଗରପ୍ରିକ୍ ଟେଷ୍ଟ) ନିଆଯାଇ ପରୀକ୍ଷା କରାଯିବ । ଏହି ପରୀକ୍ଷାର ସଠିକତା ୯୮.୬ ବୋଲି ଦାବି କରାଯାଇଛି ।  ଏହି କରୋନା କିଟ୍ ଅକ୍ସଫୋର୍ଡ଼ ୟୁନିଭରସିଟି ଓ ଇଂଲଣ୍ଡର ରାପିଡ଼ ଟେଷ୍ଟ କନ୍ସୋରିୟମ ମିଳିତ ଭାବରେ ନିର୍ମାଣ କରିଛନ୍ତି । ଜୁନ୍ ମାସରେ ବ୍ରିଟେନରେ ଏହି କିଟ୍ ଗୋପନୀୟ ଭାବରେ ପରୀକ୍ଷା କରାଯାଇଛି । ଏହି ଟେଷ୍ଟ କିଟ୍ ବ୍ରିଟିଶ କାରଖାନାରେ ନିର୍ମାଣ କରାଯାଇଛି । ଚଳିତ ବର୍ଷ ଶେଷ ହେବା ପୂର୍ବରୁ ଏହି କିଟକୁ ସାର୍ବଜନିନ ବ୍ୟବହାର ନିମନ୍ତେ ଉପଲବ୍ଧ ହୋଇପାରିବ ବୋଲି ଆଶା କରାଯାଉଛି ।

ଇଂରାଜୀ ସମ୍ବାଦପତ୍ର ଟେଲିଗ୍ରାଫ ରିପୋର୍ଟ ଅନୁସାରେ ବ୍ରିଟେନ୍ ସରକାର ଏହି କରୋନା ପରୀକ୍ଷା ସାମଗ୍ରୀକୁ ମଞ୍ଜୁରୀ ଦେଇଛନ୍ତି ଏବଂ ରକ୍ତ ପରୀକ୍ଷା ଜରିଆରେ କରୋନା ଭୂତାଣୁ ସଂକ୍ରମଣ ସମ୍ପର୍କରେ ରିପୋର୍ଟକୁ ଗ୍ରହଣ କରିଛନ୍ତି । ରିପୋର୍ଟ ଅନୁସାରେ ଆଗାମୀ ଦିନରେ କିଟ ବିନିଯୋଗକୁ ବିଧିବଦ୍ଧ ସ୍ବୀକୃତି ଦିଆଯିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି ।

Comments are closed.