ଆଜି ରାଜ୍ୟରେ ୨୧୦୮ କରୋନା ଆକ୍ରାନ୍ତ ସୁସ୍ଥ, ମୋଟ ଆରୋଗ୍ୟ ସଂଖ୍ୟା ୯୪୫୧୭୭କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ୨୧୯୮ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଆଜି ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟ ସଂଖ୍ୟା ୯୪୫୧୭୭କୁ ବୃଦ୍ଧି ପାଇଛି। ଆଜି ଖୋର୍ଦ୍ଧାରୁ ସର୍ବାଧିକ ୪୨୩ଜଣ ସୁସ୍ଥ ହୋଇଛନ୍ତି। ସେହିପରି କଟକ ୩୩୨, ବାଲେଶ୍ବର ୧୬୮, ଯାଜପୁର ୧୫୦, ଜଗତସିଂହପୁର ୯୬, କେନ୍ଦ୍ରାପଡ଼ା ୯୫, ମୟୁରଭଞ୍ଜ ୮୯, ପୁରୀ ୮୯, ଷ୍ଟେଟପୁଲ ୮୫, ଅନୁଗୁଳ ୭୧, ଭଦ୍ରକ ୬୪, ନୟାଗଡ଼ ୬୧, ସୁନ୍ଦରଗଡ଼ ୬୧, ଢେଙ୍କାନାଳ ୫୫, ସମ୍ବଲପୁର ୪୧, କୋରାପୁଟ ୩୨, ରାୟଗଡ଼ା ୩୦, କେନ୍ଦୁଝର ୨୭, ନବରଙ୍ଗପୁର ୧୯, ମାଲକାନଗିରି ୧୬, ବରଗଡ଼ ୧୫, ଗଜପତି ୧୫, ବୌଦ୍ଧ ୧୨, କଳାହାଣ୍ଡି ୧୨, ଝାରସୁଗୁଡ଼ା ୧୦, ସୋନପୁର ୯, କନ୍ଧମାଳ ୮, ଗଞ୍ଜାମ ୭, ନୂଆପଡ଼ା ୪ ଏବଂ ବଲାଙ୍ଗିରରୁ ୩ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି।

Comments are closed.