ଆଜି ରାଜ୍ୟରେ ପୁଣି ସୁସ୍ଥ ହେଲେ ୮୦୨ କରୋନା ଆକ୍ରାନ୍ତ, ମୋଟ ସୁସ୍ଥ ସଂଖ୍ୟା ୩୧୦୫୪୯

ଭୁବନେଶ୍ବର: ଆଜି ରାଜ୍ୟରେ ପୁଣି ୮୦୨ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୦୪ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ସୁନ୍ଦରଗଡ଼ରୁ ୮୦, କଟକ ୭୦, ମୟୂରଭଞ୍ଜ ୫୬, ଜଗତସିଂହପୁର ୫୧, ନୂଆପଡ଼ା ୪୯, ଅନୁଗୁଳ ୪୩, କେନ୍ଦ୍ରାପଡ଼ା ୩୨, ବଲାଙ୍ଗିର ୨୯, ପୁରୀ ୨୭, କୋରାପୁଟ ୨୬, ଯାଜପୁର ୨୫, କେନ୍ଦୁଝର ୨୨, ବରଗଡ଼ ୨୧, ଭଦ୍ରକ ୨୦, କଳାହାଣ୍ଡି ୨୦, ସମ୍ବଲପୁର ୧୯, ବାଲେଶ୍ବର ୧୫, ଝାରସୁଗୁଡ଼ା ୧୧, ମାଲକାନଗିରି ୧୧, ଗଞ୍ଜାମ ୧୦, ନବରଙ୍ଗପୁର ୧୦, ଢେଙ୍କାନାଳ ୮, ନୟାଗଡ଼ ୭, କନ୍ଧମାଳ ୬, ରାୟଗଡ଼ା ୩, ଦେବଗଡ଼ ୨, ଗଜପତି ୨ ଏବଂ ଷ୍ଟେଟ୍‌ ପୁଲ୍‌ରୁ ୨୩ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜି ସୁଦ୍ଧା ରାଜ୍ୟରେ ମୋଟ ୩୧୦୫୪୯ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.