ଆଜି ରାଜ୍ୟରେ ସୁସ୍ଥ ହେଲେ ୧୩୦୩ କରୋନା ଆକ୍ରାନ୍ତ, ମୋଟ ଆରୋଗ୍ୟ ସଂଖ୍ୟା ୩୪୪୮୨୫କୁ ବୃଦ୍ଧି

ଭୁବନେଶ୍ବର: ଆଜି ରାଜ୍ୟରେ ୧୩୦୩ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜି ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କୁ ମିଶାଇ ମୋଟ ଆରୋଗ୍ୟ ସଂଖ୍ୟା ୩୪୪୮୫୨କୁ ବୃଦ୍ଧି ପାଇଛି। ଆଜି ନୂଆପଡ଼ା ଜିଲାରୁ ସର୍ବାଧିକ ୨୩୩ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ଖୋର୍ଦ୍ଧା ୧୪୯, ସୁନ୍ଦରଗଡ଼ ୧୩୧, ଅନୁଗୁଳ ୭୩, କେନ୍ଦୁଝର ୬୪, ବରଗଡ଼ ୫୪, ଗଞ୍ଜାମ ୫୪, ମୟୂରଭଞ୍ଜ ୫୨, କଟକ ୫୦, ସମ୍ବଲପୁର ୪୭, ପୁରୀ ୪୫, ବଲାଙ୍ଗିର ୪୪, ରାୟଗଡ଼ା ୪୪, ରାୟଗଡ଼ା ୪୪, କଳାହାଣ୍ଡି ୪୩, ଝାରସୁଗୁଡ଼ା ୩୨, ଷ୍ଟେଟ୍‌ପୁଲ ୩୨, ନବରଙ୍ଗପୁର ୨୭, ଯାଜପୁର ୨୬, ବାଲେଶ୍ବର ୨୨, ଭଦ୍ରକ ୧୭, ଗଜପତି ୧୪, ନୟାଗଡ଼ ୧୦, କନ୍ଧମାଳ ୯, କେନ୍ଦ୍ରାପଡ଼ା ୯, ଜଗତସିଂହପୁର ୭, ଦେବଗଡ଼ ୬, କୋରାପୁଟ ୪, ସୋନପୁର ୪ ଏବଂ ମାଲକାନଗିରିରୁ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍‌ ଯୋଗେ ସୂଚନା ଦିଆଯାଇଛି।

Comments are closed.