କୋଭିଡ୍ ହସ୍ପିଟାଲର କାନ୍ଥ ଡେଇଁ କରୋନା ଆକ୍ରାନ୍ତ ଛୁ

ନବରଙ୍ଗପୁର : କୋଭିଡ ହସ୍ପିଟାଲରୁ କରୋନା ଆକ୍ରାନ୍ତ ଛୁ । ନବରଙ୍ଗପୁର କୋଭିଡ ହସ୍ପିଟାଲରୁ କରୋନା ଆକ୍ରାନ୍ତ ଚମ୍ପଟ ହୋଇଛନ୍ତି । ମେଡିକାଲ୍ କାନ୍ଥ ଡେଇଁ ଖସି ଯାଇଥିବା ଥାନାରେ ଅଭିଯୋଗ ହୋଇଛି । ଚମ୍ପଟ ନେଇ ହସ୍ପିଟାଲ ସୁପରିଟେଣ୍ଡଣ୍ଟ ଥାନାରେ ଏତଲା ଦେଇଛନ୍ତି । ନବରଙ୍ଗପୁର ସ୍ଥିତ କୋଭିଡ ହସ୍ପିଟାଲର କାନ୍ଥ ଡେଇଁ ଜଣେ କରୋନା ଆକ୍ରାନ୍ତ ବ୍ୟକ୍ତି ଗତ କାଲି ସକାଳୁ ଚମ୍ପଟ ମାରିଥିବା ସୂଚନା ଦେଇଛନ୍ତି ନବରଙ୍ଗପୁର ଜିଲାପାଳ ଡକ୍ଟର ଅଜିତ କୁମାର ମିଶ୍ର । ଯାହାକୁ ନବରଙ୍ଗପୁର ପୋଲିସ ବର୍ତ୍ତମାନ ପର୍ଯ୍ୟନ୍ତ ଧରିବାରେ ବିଫଳ ହୋଇଛି।

ମିଳିଥିବା ସୂଚନା ଅନୁସାରେ,୩ ତାରିଖରେ ଉମରକୋଟ ବ୍ଲକ ବେନୋରା ପଞ୍ଚାୟତ ଅନ୍ତର୍ଗତ ବେନୋରାଜାନୀପାରା ଗ୍ରାମର ୫୦ ବର୍ଷିୟ ଜଣେ ବ୍ୟକ୍ତିଙ୍କ କରୋନା ଆକ୍ରାନ୍ତ ରିପୋର୍ଟ ଆସିଲା ପରେ ଜିଲା ପ୍ରଶାସନ ତାକୁ ଘରୁ ଆଣି ନବରଙ୍ଗପୁର ସ୍ଥିତ କୋଭିଡ ହସ୍ପିଟାଲରେ ରଖି ଚିକିତ୍ସା ଚଳାଇଥିଲା। ଗତକାଲି ପ୍ରତିଦିନିଆ ରୁଟିନ ଅନୁଯାୟୀ ସକାଳେ ୫.୫୦ରେ ତାର ଚେକଅପ କରାଯାଇଥିଲା। ପରେ ସକାଳ ପ୍ରାୟ ୭ଘଣ୍ଟା ସମୟରେ ସେ କୋଭିଡ ହସ୍ପିଟାଲରେ ନଥିବା ଦେଖିବାକୁ ପାଇଥିଲେ। ଦାମୋଦର ହସ୍ପିଟାଲର କାନ୍ଥ ଡେଇଁ କେଉଁଆଡେ ଚାଲିଯାଇଥିବା ଜାଣିବାକୁ ମିଳିଥିଲା।

ପରବର୍ତ୍ତୀ ସମୟରେ ଜିଲା ପ୍ରଶାସନ ଜାଣିବା ପରେ କୋଭିଡ ହସ୍ପିଟାଲର ସୁପରିଟେଣ୍ଡେଣ୍ଟ ସନ୍ତୋଷ କୁମାର ନାଗ ଏ ସମ୍ବନ୍ଧରେ ନବରଙ୍ଗପୁର ଥାନାରେ ରୁଜୁ କରିଥିଲେ। ବର୍ତମାନ ଆକ୍ରାନ୍ତ ବ୍ୟକ୍ତି ଚମ୍ପଟ ମାରିବାର ୩୦ଘଣ୍ଟାରୁ ଅଧିକ ସମୟ ହୋଇଥିଲେ ମଧ୍ୟ ପୁଲିସର ହାତ ଖାଲି ରହିଛି। ଯେହେତୁ ସେ କରୋନା ଆକ୍ରାନ୍ତ ତେଣୁ ଜିଲାବାସୀ ଭୟଭୀତ ଅବସ୍ଥାରେ ରହିବା ସହ ଶୀଘ୍ର ତାକୁ ଧରିବାକୁ ଦାବି କରିଛନ୍ତି।

Comments are closed.