୫ ପ୍ରତିଶତ ତଳେ ୧୪ , ଚିନ୍ତା ବଢାଇଛି ୭ ଜିଲା

- ୫ ଜିଲାରୁ ପ୍ରତ୍ୟାହୃତ ହେଲେ ୧୧ ଓଏଏସ୍

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ କମୁଛି। ମେ’ ୨୨ରେ ରାଜ୍ୟରେ ଶୀର୍ଷ ରେକର୍ଡ ସଂଖ୍ୟକ ୧୨ ହଜାର ୮୫୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ରବିବାର ୪ହଜାର ୪୬୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ୨୦ ଦିନ ମଧ୍ୟରେ ଆକ୍ରାନ୍ତଙ୍କ ହାର ଶୀର୍ଷ ତୁଳନାରେ ୮,୩୮୩ କମିଛି; ଯାହାକି ପ୍ରାୟ ୬୫ ପ୍ରତିଶତ ହ୍ରାସ ପାଇଛି। ଗତକାଲି ୬୨ ହଜାର ୦୩୪ଟି ନମୁନା ପରୀକ୍ଷା ହୋଇଥିଲାବେଳେ ୪୪୬୯ ଜଣ ସଂକ୍ରମିତ ହୋଇଛନ୍ତି। ଫଳରେ ଆଜିର ଦୈନିକ ସଂକ୍ରମଣ ହାର ନମୁନା ପରୀକ୍ଷଣର ୭.୨ ପ୍ରତିଶତ ରହିଛି।

ରାଜ୍ୟରେ କୋଭିଡ ସ୍ଥିତି ସୁଧୁରୁଥିବାରୁ ଗତକାଲି ୧୧ ବରିଷ୍ଠ ଓଡ଼ିଶା ପ୍ରଶାସନିକ ଅଧିକାରୀଙ୍କୁ ୫ଟି ଜିଲାରୁ ପ୍ରତ୍ୟାହାର କରାଯାଇଛି। ସାଧାରଣ ପ୍ରଶାସନ ବିଭାଗ ବିଜ୍ଞପ୍ତି ଅନୁଯାୟୀ ନୂଆପଡ଼ାରୁ ବିବେକାନନ୍ଦ ସାହୁ, ହେମନ୍ତ କୁମାର ସିଂହ ଓ ଡ. ଶ୍ୱେତକୁମାର ଦାଶଙ୍କୁ ପ୍ରତ୍ୟାହାର କରାଯାଇଥିବାବେଳେ ବଲାଙ୍ଗିରରୁ ଅଯୋଧ୍ୟାକାନ୍ତ ଶତପଥୀ, ଶରତଚନ୍ଦ୍ର ବେହେରା, ବରଗଡ଼ରୁ ଆଶିଷ କୁମାର ଜେନା, ବ୍ରହ୍ମାନନ୍ଦ ବେହେରା, ସଞ୍ଜୟ କୁମାର ମିଶ୍ର, ସମ୍ବଲପୁରରୁ ପ୍ରଭାତ କୁମାର ସାହୁ, ସୁନ୍ଦରଗଡ଼ରୁ ମଧୁସୂଦନ ବେହେରା ଓ ବିଜୟ କେତନ ସାହୁଙ୍କୁ ରିଲିଭ୍ କରାଯାଇଛି।

Comments are closed.