ଆଜି ରାଜ୍ୟରେ ସୁସ୍ଥ ହେଲେ ୬୪୮ କରୋନା ଆକ୍ରାନ୍ତ, ମୋଟ ସୁସ୍ଥ ସଂଖ୍ୟା

ଭୁବନେଶ୍ବର: ଆଜି ରାଜ୍ୟରେ ୬୪୮ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୭୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଯାଇଛନ୍ତି। ସେହିପରି ଅନୁଗୁଳ ୫୧, କଳାହାଣ୍ଡି ୪୮, କଟକ ୪୦, ସୁନ୍ଦରଗଡ଼ ୩୫, ବଲାଙ୍ଗିର ୩୪, ପୁରୀ ୩୪, ଜଗତସିଂହପୁର ୩୨, ବରଗଡ଼ ୩୧, ବାଲେଶ୍ବର ୨୯, କେନ୍ଦୁଝର ୨୫, କେନ୍ଦ୍ରାପଡ଼ା ୨୪, ମୟୂରଭଞ୍ଜ ୨୪, ଢେଙ୍କାନାଳ ୨୩, ନୂଆପଡ଼ା ୨୦, ସମ୍ବଲପୁର ୨୦, ରାୟଗଡ଼ା ୧୮, ନବରଙ୍ଗପୁର ୧୩, ବୌଦ୍ଧ ୧୨, ମାଲକାନଗିରି ୧୦, ଝାରସୁଗୁଡ଼ା ୯, ଗଞ୍ଜାମ ୮, ଭଦ୍ରକ ୬, ଯାଜପୁର ୪, କନ୍ଧମାଳ ୪, ଦେବଗଡ଼ ୩, ଗଜପତି ୩, ସୋନପୁର ୩, କୋରାପୁଟ ୧, ନୟାଗଡ଼ ୧ ଏବଂ ଷ୍ଟେଟ୍‌ପୁଲ୍‌ର ୭ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜି ସୁଦ୍ଧା ରାଜ୍ୟରେ ୩୦୭୩୭୪ଜଣ କରୋନା ଆକ୍ରାନ୍ତରୁ ସୁସ୍ଥ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.