ଆଜି ରାଜ୍ୟରେ ୧,୯୧୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ, ଏହାସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୭୫ ହଜାର ୭୪୯କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ଆଜି ୧, ୯୧୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୭୫ ହଜାର ୭୪୯କୁ ବୃଦ୍ଧି ପାଇଛି। ଆଜି ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୨୪୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ କଟକ ୧୫୩, ବଲାଙ୍ଗୀର ୧୩୮, ସୁନ୍ଦରଗଡ଼ ୧୦୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍‌ ଯୋଗେ ସୂଚନା ଦିଆଯାଇଛି।

ସେହିପରି ମୟୂରଭଞ୍ଜ ୯୬, ଜଗତସିଂହପୁର ୮୧, ଅନୁଗୁଳ ୭୮, କଳାହାଣ୍ଡି ୭୮, ନୂଆପଡ଼ା ୭୬, ବାଲେଶ୍ୱର ୭୪, ଯାଜପୁର ୭୨, କେନ୍ଦୁଝର ୭୧, ବରଗଡ଼ ୬୩, କେନ୍ଦ୍ରାପଡ଼ା ୫୨, ଭଦ୍ରକ ୫୦, ପୁରୀ ୫୦, ସମ୍ବଲପୁର ୫୦, ଢେଙ୍କାନାଳ ୪୬, ନବରଙ୍ଗପୁର ୪୫, କୋରାପୁଟ ୪୨, ଝାରସୁଗୁଡ଼ା ୩୬, ନୟାଗଡ଼ ୩୩, ଗଞ୍ଜାମ ୨୬, ମାଲକାନଗିରି ୨୫, କନ୍ଧମାଳ ୨୪, ସୁବର୍ଣ୍ଣପୁର ୨୦, ରାୟଗଡ଼ା ୧୬, ଦେବଗଡ଼ ୯, ଗଜପତି ୮, ବୌଦ୍ଧ ୨ ଓ ରାଜ୍ୟପୁଲରୁ ୫୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.