ଆଜି ଭୁବନେଶ୍ବରରେ ଆଉ ୫୯ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ଆଜି ଭୁବନେଶ୍ବରରେ ୫୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ବାରେଣ୍ଟାଇନ୍‌ରୁ ୫ ଓ ଲୋକାଲ୍‌ କଣ୍ଟାକ୍ଟ କେସ୍‌ରେ ୫୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପୁରୁଣା ଭୁବନେଶ୍ବରୁ ସର୍ବାଧିକ ୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ମଞ୍ଚେଶ୍ବର ୪, ପାତ୍ରପଡ଼ା ୩, କପିଳ ପ୍ରସାଦ ୩ ସମେତ ରସୁଲଗଡ଼, ଡମଣା, ଝାରପଡ଼ା, ଟଙ୍କପାଣି ରୋଡ୍‌, ସାଲିଆସାହି ଓ ବରମୁଣ୍ଡାରୁ ୨ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଭୀମଟାଙ୍ଗି, ପଟିଆ, ପାତ୍ରପଡ଼ା, ୟୁନିଟ୍-୮, ୟୁନିଟ୍-୯, ବିଜେବି ନଗର, ଚନ୍ଦ୍ରଶେଖରପୁର, ଡୁମୁଡୁମା, ଧର୍ମବିହାର, ଗଜପତିନଗର, ଗଞ୍ଜନଗର, ହଂସପାଳ, ଆଇଆର୍‌ସି ଭିଲେଜ, କଳିଙ୍ଗ ବିହାର, କାନନ ବିହାର,ଖଣ୍ଡଗିରି, ଖଣ୍ଡଗିରି ବାରି, ଲକ୍ଷ୍ମୀ ସାଗର, ନାଗେଶ୍ବର ଟାଙ୍ଗୀ, ନିଳାଦ୍ରି ବିହାର, ପଳାଶୁଣି, ପଟିଆ, ପୋଖରିପୁଟ, ଶୈଳଶ୍ରୀ ବିହାର, ୟୁନିଟ୍-୩, ୟୁନିଟ୍-୪ ଓ ୟୁନିଟ୍‌ ୬ ଆଜି ଅଞ୍ଚଳରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଭୁବନେଶ୍ବରରେ ମୋଟ ୭୫ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ବୋଲି ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଟ୍ବିଟ୍‌ ଯୋଗେ ସୂଚନା ଦିଆଯାଇଛି।

ଆଜି ସୁଦ୍ଧା ଭୁବନେଶ୍ବରରେ ୨୯,୮୯୬ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୨୮,୯୨୮ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବର୍ତ୍ତମାନ ୭୬୨ଜଣ କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। ଆଜି ସୁଦ୍ଧା ଭୁବନେଶ୍ବରରେ ୭୬୨ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ବୋଲି ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଟ୍ବିଟ୍‌ ଯୋଗେ ସୂଚନା ଦିଆଯାଇଛି।

Comments are closed.