ଆଜି ଭୁବନେଶ୍ବରରେ ୬୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର: ଆଜି ଭୁବନେଶ୍ବରରେ ୬୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ବାରେଣ୍ଟାଇନ୍‌ରୁ ୧୫ ଓ ଲୋକାଲ୍‌ କଣ୍ଟାକ୍ଟ କେସ୍‌ ୪୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅପରପକ୍ଷରେ ଆଜି ଭୁବନେଶ୍ବରରେ ୯୩ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ବୋଲି ଭୁବନେଶ୍ବର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଟ୍ବିଟ୍‌ ଯୋଗେ ସୂଚନା ଦିଆଯାଇଛି।

ବିଏମ୍‌ସି ପକ୍ଷରୁ ଟ୍ବିଟ୍‌ ଯୋଗେ କୁହାଯାଇଛି ଯେ ଆଜି ଭୁବନେଶ୍ବରରେ ୬୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ବାରେଣ୍ଟାଇନ୍‌ରୁ ୧୫ ଓ ଲୋକାଲ୍‌ କଣ୍ଟାକ୍ଟ କେସ୍‌ ୪୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ଶାସ୍ତ୍ରୀନଗର , ସହିଦନଗର ଓ ଚନ୍ଦ୍ରଶେଖରପୁରରୁ ୪ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଖଣ୍ଡଗିରି, ପୋଖରିପୁଟ, ରସୁଲଗଡ଼, ଆଚାର୍ଯ୍ୟ ବିହାର, କଳିଙ୍ଗନଗରଓ ଟଙ୍କପାଣି ରୋଡ୍‌ରୁ ୩ଜଣ ଲେଖାଏଁ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେହିପରି ବିଜେବି ନଗର, ଜାଗମରା, ଚକେଇ ସିହାଣି, ୟୁନିଟ୍-୮ ଜୟଦେବ ବିହାର, ସତ୍ୟବିହାର ପଲ୍ଲାସପଲ୍ଲୀରୁ ୨ଜଣ ଲେଖାଏଁ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ କରାଯାଇଛି। କଳିଙ୍ଗନଗର, କାନନ ବିହାର, କାନନବିହାର, କଳିଳପ୍ରସାଦ, କପିଳେଶ୍ବର, ମଞ୍ଚେଶ୍ବର, ପ୍ରଶାନ୍ତିବିହାର, ପଟିଆ, ୟୁନିଟ୍‌-୯, ପଟିଆ, ସୁନ୍ଦରପଦା, ଅଶୋକନଗର, ବରମୁଣ୍ଡା, ଭୀମଟାଙ୍ଗି, ଘାଟିକିଆ, ଆଇଆର୍‌ସି ଭିଲେଜ୍‌ରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ବିଏମ୍‌ସି ପକ୍ଷରୁ ଟ୍ବିଟ୍‌ ଯୋଗେ ସୂଚନା ଦିଆଯାଇଛି।

Comments are closed.