ଆଜି ଭୁବନେଶ୍ବରରେ ୩୨ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୨୭

ଭୁବନେଶ୍ବର: ଆଜି ଭୁବନେଶ୍ବରରେ ୩୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ବାରେଣ୍ଟାଇନ୍‌ କେସ୍‌ ୯ ରହିଥିବାବେଳେ ଲୋକାଲ୍‌ କଣ୍ଟାକ୍ଟ କେସ୍‌ ୨୩ ରହିଛି। କ୍ବାରେଣ୍ଟାଇନ୍‌ କେସ୍‌ ମଧ୍ୟରୁ ପୋଖରିପୁଟରୁ ୩ଜଣ ଓ ଡୁମୁଡୁମାରୁ ୩ଜଣ ସମେତ ପୁରୁଣା ଭୁବନେଶ୍ବର, କଳିଙ୍ଗନଗର, ପଟିଆରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଲୋକାଲ୍‌ କଣ୍ଟାକ୍ଟ କେସ୍‌ ମଧ୍ୟରୁ ପଟିଆ ୪, ଶାସ୍ତ୍ରୀନଗର, ୨, ବିଜେବି ନଗର ୨ ଓ ନୟାପଲ୍ଲୀରୁ ୨ଜଣ ସମେତ ବରମୁଣ୍ଡା, ଚନ୍ଦ୍ରଶେଖରପୁର, ଡୁମୁଡୁମା, ଗଜପତି ନଗର, ଘାଟିକିଆ, ଜାଗମରା, ଖାରବେଳ ନଗର, ନହରକଣ୍ଡା, ପୋଖରୀପୁଟ, ସୂର୍ଯ୍ୟନଗର, ଖଣ୍ଡଗିରି, ୟୁନିଟ୍-୯ ଓ ଟଙ୍କପାଣି ରୋଡ୍‌ରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।

 

ଆଜି ପର୍ଯ୍ୟନ୍ତ ଭୁବନେଶ୍ବରରେ ୩୧୦୦୭୩ଜଣ କରୋନା ଅକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସେଥିମଧ୍ୟରୁ ୩୦୪୯୪ଜଣ ସୁସ୍ଥ ହୋଇଛନ୍ତି ଓ ୩୩୦ଜଣ ଚିକିତ୍ସିତ ହେଉଛନ୍ତି। ଆଜି ସୁଦ୍ଧା ଭୁବନେଶ୍ବରରେ ୨୨୮ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ବୋଲି ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଟ୍ବିଟ୍‌ ଯୋଗେ ସୂଚନା ଦିଆଯାଇଛି।

Comments are closed.