ରାଜ୍ୟରେ ଆଜି ସୁସ୍ଥ ହେଲେ ୨୬୨୨ କରୋନା ଆକ୍ରାନ୍ତ, ମୋଟ ସୁସ୍ଥ ସଂଖ୍ୟା ୨,୫୨,୧୯୭କୁ ବୃଦ୍ଧି

ଭୁବନେଶ୍ବର: ରାଜ୍ୟରେ ଆଜି ୨୬୨୨ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେଥିମଧ୍ୟରୁ ଖୋର୍ଦ୍ଧା ଜିଲାରୁରୁ ସର୍ବାଧିକ ୪୩୧ଜଣ ସୁସ୍ଥ ହୋଇଥିବାବେଳେ ଅନୁଗୁଳ ୨୧୬, କଟକ ୧୯୭, ମୟୁରଭଞ୍ଜ ୧୩୧, ସୁନ୍ଦରଗଡ଼ ୧୨୫, କଳାହାଣ୍ଡି ୧୧୮ ଓ ବଲାଙ୍ଗିରରୁ ୧୧୪ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ବାଲେଶ୍ବର ଜିଲାରୁ ୯୯, ନୂଆପଡ଼ାରୁ ୯୯, ଯାଜପୁରରୁ ୯୩, ବରଗଡ଼ରୁ ୯୧, ଝାରସୁଗୁଡାରୁ ୮୯, ସମ୍ବଲପୁରରୁ ୮୫, କେନ୍ଦ୍ରାପଡ଼ାରୁ ୭୦, ପୁରୀରୁ ୬୫,ସୋନପୁରରୁ ୬୦, ଜଗତସିଂହପୁରରୁ ୫୯, କୋରାପୁଟରୁ ୫୫, ନବରଙ୍ଗପୁରରୁ ୫୨, ଭଦ୍ରକରୁ ୪୬, ନୟାଗଡ଼ରୁ ୩୯, କନ୍ଧମାଳରୁ ୩୮, ଗଞ୍ଜାମରୁ ୩୫, ବୌଦ୍ଧରୁ ୩୨, ଢେଙ୍କାନାଳରୁ ୨୫, ମାଲକାନଗିରିରୁ ୨୪, ଦେବଗଡ଼ରୁ ୧୪, ରାୟଗଡ଼ାରୁ ୯ ଓ ରାଜ୍ୟ ପୁଲରୁ ୭୯ ଜଣ ସୁସ୍ଥ ହୋଇଛନ୍ତି । ଆଜି ୨୬୨୨ଜଣ କରୋନା ଆକ୍ରାନ୍ତ ସୁସ୍ଥକୁ ମିଶାଇ ରାଜ୍ୟରେ ଏପର୍ଯ୍ୟନ୍ତ ପ୍ରାୟ ୨,୫୨,୧୯୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.