ବ୍ଳକ ସ୍ତରୀୟ କରୋନା ପରିଚାଳନା ବୈଠକ ଅନୁଷ୍ଠିତ, ୩ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

ଫୁଲବାଣୀ : ସ୍ଥାନୀୟ ବ୍ଳକ ପରିସରରେ ବ୍ଳକ ସ୍ତରୀୟ କୋଭିଡ଼୍-୧୯ ପରିଚାଳନା ନେଇ ଏକ  ସ୍ୱାସ୍ଥ୍ୟ ବିଭାଗ ଓ ବ୍ଳକ ପ୍ରଶାସନର ମିଳିତ ଆନୁକୂଲ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବି.ଡ଼ି.ଓଙ୍କ ସୁବ୍ରତ କୁମାର ଜେନାଙ୍କ ଅଧ୍ୟକ୍ଷତାର ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଗୁମାଗଡ଼ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭାରପ୍ରାପ୍ତ ଅଧିକାରୀ ଡ଼.କଳ୍ପନା ଦଳେଇ , ଡ଼.ପଦ୍ମଲୋଚନ ପ୍ରଧାନ , ଡ଼.ତାପସ କୁମାର ନାୟକ ଓ ଅତିରିକ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ ସନ୍ତୋଷ କୁମାର ଦିଗାଲ ଓ ଜିଲା ମୁଖ୍ୟ ଚିକିତ୍ସାଳୟର ସ୍ୱାସ୍ଥ୍ୟ ସଂମ୍ପସାରଣ ଅଧିକାରୀ ଶ୍ରୀମତି ଜୋନ୍ମାରାଣି ମହାନ୍ତି ପ୍ରମୁଖ ଯୋଗଦେଇଥିଲେ। ଏହି ବୈଠକରେ ଫୁଲବାଣୀ ପଂଚାୟତ ସମିତି ଅନ୍ତର୍ଗତ ସମସ୍ତ ପୁରୁଷ ଓ ମହିଳା ସ୍ୱାସ୍ଥ୍ୟ କର୍ମୀ ଓ ନୂତନ ଭାବେ ନିୟୋଜିତ ହୋଇଥିବା କୋଭିଡ଼୍-୧୯ ସ୍ୱାସ୍ଥ୍ୟ କର୍ମୀମାନେ ଯୋଗଦେଇ ପଂଚାୟତ ସମିତିରେ କିଭଳି ଭାବେ କରୋନା ସଂକ୍ରମିତକୁ କମାଇ ଦିଆଯାଇ ପାରିବ ଓ କଣ୍ଟେନମେଣ୍ଟ ଜୋନ୍ରେ ସ୍ୱାସ୍ଥ୍ୟ ପରୀକ୍ଷା , କଣ୍ଟାକ୍ ଟେସିଂ ଭଳି ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଥିଲା। ଏହି ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଆଗଧାଡ଼ିର ଯୋଦ୍ଧାଭାବେ କାର୍ଯ୍ୟକରୁଥିବା ପୁରୁଷ ସ୍ୱାସ୍ଥ୍ୟକର୍ମୀ ସୁବ୍ରତ କୁମାର ଶତପଥୀ ଓ ସରୋଜ କୁମାର ସାହୁ ଏବଂ କୋଭିଡ଼୍-୧୯ ମହିଳା ସ୍ୱାସ୍ଥ୍ୟ କର୍ମୀ ଶ୍ରୀମତି ରିଙ୍କି ପ୍ରଧାନକୁ ବ୍ଳକ ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୋଭିଡ଼୍ ଯୋଦ୍ଧା ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା।

Comments are closed.