ୟୁପିରେ ପ୍ରଥମ ଥର ପାଇଁ ଚିହ୍ନଟ ହେଲା କରୋନାର କପ୍ପା ଭାରିଆଣ୍ଟ

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ପ୍ରଥମ ଥର ପାଇଁ ଚିହ୍ନଟ ହୋଇଛି କରୋନାର କପ୍ପା ଭାରିଆଣ୍ଟ। ଗୁରୁବାର ଏହି ଭାରିଆଣ୍ଟର ପ୍ରଥମ ମାମଲା ସାମ୍ନାକୁ ଆସିଛି। ଅପରପକ୍ଷରେ କରୋନା ଭୂତାଣୁର ନୂଆ ସ୍ୱରୂପ ଯେପରିକି, ଡେଲ୍ଟା, ଡେଲ୍ଟା ପ୍ଲସ୍ ଏବଂ କପ୍ପା ଆଦି ଭାରିଆଣ୍ଟ ଚିହ୍ନଟ ହେବା ପରେ ସରକାର ବିଆରଡି ମେଡିକାଲ କଲେଜ ପ୍ରଶାସନଠାରୁ ଏହି ବିଷୟରେ ସୂଚନା ମାଗିଛନ୍ତି। ସଂକ୍ରମିତଙ୍କ ନାମ ଏବଂ ଠିକଣା ସହିତ ସମ୍ପୂର୍ଣ୍ଣ ବିବରଣୀ ମଗାଯାଇଛି।

ବି.୧.୬୧୭ରୁ ଏହି ଭାରିଆଣ୍ଟର ଉତ୍ପତି, ଯାହା ଡେଲ୍ଟା ଭାରିଆଣ୍ଟ ପାଇଁ ମଧ୍ୟ ଦାୟୀ। । ଏହି ମ୍ୟୁଟେଶନରୁ କରୋନା ମାରାତ୍ମକ ରୂପ ନେଉଛି । ଭାରତରେ ଦ୍ୱିତୀୟ ଲହରୀ ପଛରେ ଏହି ମ୍ୟୁଟାଟା ଣ୍ଟ ମୂଖ୍ୟତଃ ଦାୟୀ । କିଛି ଦିନ ତଳେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାକୁ ଭାରିଆଣ୍ଟ ଅଫ ଇଣ୍ଟ୍ରେଷ୍ଟ ଘୋଷଣା କରିଛି ।

Comments are closed.