କନ୍ଧମାଳକୁ ଡେଇଁଲା କରୋନା, ୨୩ ଜିଲା ପ୍ରଭାବିତ

ଭୁବନେଶ୍ବର: ରାଜ୍ୟରେ ଆଉ ଏକ ଜିଲା କରୋନା ଭୂତାଣୁ ଦ୍ବାରା ପ୍ରଭାବିତ ହୋଇଛି। ମହାମାରୀ କରୋନା ଭୂତାଣୁ କନ୍ଧମାଳ ଜିଲାକୁ ଡେଇଁଛି। ସୋମବାର ରାଜ୍ୟରେ ୪୮ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ସେଥିରୁ ୨ ଜଣ କନ୍ଧମାଳ ଜିଲାରୁ ରହିଛନ୍ତି। ଫଳରେ ରାଜ୍ୟରେ କରୋନା ପ୍ରଭାବିତ ଜିଲା ସଂଖ୍ୟା ୨୩କୁ ବୃଦ୍ଧି ପାଇଛି।

ସୂଚନାଯୋଗ୍ୟ, ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବିଶେଷକରି ବାହାର ରାଜ୍ୟରୁ ପ୍ରବାସୀ ଶ୍ରମିକମାନେ ରାଜ୍ୟକୁ ଫେରିବା ପରେ ଏହି ସଂଖ୍ୟା ଲାଗାତାର ବୃଦ୍ଧି ପାଇଚାଲିଛି। ତେବେ ସଂକ୍ରମିତମାନେ ସରକାରଙ୍କ ତତ୍ତ୍ବାବଧାନରେ କ୍ବାରେଣ୍ଟାଇନ ସେଣ୍ଟରରେ ଥିବାରୁ ଏହା ଦ୍ବାରା ଅଧିକ ବିପଦର ଆଶଙ୍କା ନାହିଁ ବୋଲି କୁହାଯାଉଛି।

Comments are closed.