ଡିସେମ୍ବରରେ ୩ୟ ଥର କମିଲା ସଂକ୍ରମଣ, ୨୪ ଘଣ୍ଟାରେ ୧୮ ହଜାର ୭୩୨ ନୂଆ ପଜିଟିଭ

ଦେଶରେ କେବଳ କରୋନା ରୋଗୀ ଦ୍ରୁତ ଗତିରେ ସୁସ୍ଥ ହେଉନାହାଁନ୍ତି ବରଂ ନୂଆ ସଂକ୍ରମିତ ମଧ୍ୟ ଚିହ୍ନଟ ହେଉଛନ୍ତି। ଶନିବାର ଦିନ କେବଳ ୧୮ ହଜାର ୫୭୫ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଦେଶରେ ମୋଟ ସଂକ୍ରମଣ ସଂଖ୍ୟା ୧ କୋଟି ୧ ଲକ୍ଷ ୮୭ ହଜାର ୮୫୦କୁ ବୃଦ୍ଧି ପାଇଛି। ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ୨୧ ହଜାର ୪୩୦ ଜଣ ଆରୋଗ୍ୟ ହୋଇଥିବା ମୋଟ ଆରୋଗ୍ୟ ସଂଖ୍ୟା ୯୭ ଲକ୍ଷ ୬୧ ହଜାର ୫୩୮ରେ ପହଂଚିଛି। ଆରୋଗ୍ୟ ହାର ୯୫.୮୨ ପ୍ରତିଶତ ରହିଛି। ସେ ସମୟ ମଧ୍ୟରେ ସାରା ଦେଶରେ ୨୭୯ ଜଣ ସଂକ୍ରାମିତଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହେବା କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪୭ ହଜାର ୬୨୨କୁ ବୃଦ୍ଧି ପାଇଛି।ତେବେ ବିଶ୍ୱର ଅନ୍ୟ ଦେଶ ତୁଳନାରେ ଭାରତରେ କରୋନା ଜନିତ ମୃତ୍ୟୁ ହାର ସର୍ବନିମ୍ନ ଅର୍ଥାତ ୧.୪୫ ପ୍ରତିଶତ ରହିଛି।

ଇତିମଧ୍ୟରେ ସକ୍ରିୟ ମାମଲାରେ ୨ ହଜାର ୯୭୭ ହ୍ରାସ ପାଇ ସକ୍ରିୟ ଚିକିତ୍ସାଧିନଙ୍କ ସଂଖ୍ୟା ୨ ଲକ୍ଷ ୭୮ ହଜାର ୬୯୦ ରହିଛି। ତେବେ ଡିସେମ୍ବର ମାସରେ ତୃତୀୟ ଥର ପାଇଁ ନୂଆ ସଂକ୍ରମଣ ସଂଖ୍ୟା ୨୦ ହଜାରରୁ କମ୍ ହୋଇଛି। ଏହା ପୂର୍ବରୁ ଡିସେମ୍ବର ୧୬ରେ ୧୮ ହଜାର ୧୭୨, ଡିସେମ୍ବର ୨୧ରେ ୧୯ ହଜାର ୫୫୬ ଏବଂ ଡିସେମ୍ବର ୨୬ରେ ୧୮ ହଜାର ୭୩୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଜୁଲାଇ ୧ରେ ୧୯ ହଜାର ୪୩୦ ମାମଲା ଚିହ୍ନଟ କରାଯାଇଥିଲା। ସକ୍ରିୟ ରୋଗୀଙ୍କ ଦୃଷ୍ଟିରୁ ଭାରତ ବର୍ତ୍ତମାନ ବିଶ୍ୱର ଦଶମ ସ୍ଥାନରେ ରହିଛି।

Comments are closed.