ଓଡ଼ିଶାରେ ୧ ହଜାର ଟପିଲେ କରୋନା ସଂକ୍ରମିତ, ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି

ଭୁବନେଶ୍ଵର: ରାଜ୍ୟରେ ବୁଧବାର ୭୪ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ କରୋନା ସଂକ୍ରମିତ ସଂଖ୍ୟା ୧ ହଜାର ଅତିକ୍ରମ କରିଛି। ମୋଟ ୧୦୫୨ ଜଣ ଏହି ମହାମାରୀ ଭୂତାଣୁରେ  ସଂକ୍ରମିତ ହୋଇଛନ୍ତି। ସେହିପରି ଅନ୍ୟ ଜଣେ ରୋଗୀଙ୍କର କରୋନାରେ ମୃତ୍ୟୁ ଘଟିଛି। ମୃତକ ଜଣକ ଖୋର୍ଦ୍ଧା ଜିଲାର ଏବଂ ତାଙ୍କ ବୟସ ୭୦ ବର୍ଷ ବୋଲି ସୂଚନା ମିଳିଛି। ଫଳରେ ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି ପାଇଛି।

ନୂଆ ୭୪ ସଂକ୍ରମିତଙ୍କ ମଧ୍ୟରୁ ୭୨ ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଛନ୍ତି। ଅନ୍ୟ ୨ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ବୌଦ୍ଧ ଜିଲାରୁ ୨୮, ପୁରୀରୁ ୧୧, କଟକରୁ ୯, ଖୋର୍ଦ୍ଧାରୁ ୭, ଗଞ୍ଜାମ ୬, ଯାଜପୁରରୁ ୬, କେନ୍ଦ୍ରାପଡ଼ା ୨, ମାଲକାନଗିରି ୨, ବାଲେଶ୍ଵର, ଢେଙ୍କାନାଳ ଓ କନ୍ଧମାଳରୁ ଜଣେ ଲେଖାଏ ଚିହ୍ନଟ ହୋଇଛି।

Comments are closed.