ନବରଙ୍ଗପୁରରେ ଗୋଟିଏ ଦିନରେ ୮୫ କରୋନା ଆକ୍ରାନ୍ତ ଚିହ୍ନଟ, ସହରରେ ୩ ଦିନରେ ୭୫କୁ ବୃଦ୍ଧି

ନବରଙ୍ଗପୁର: ଦିନକୁ ଦିନ ନବରଙ୍ଗପୁର ଜିଲାରେ କରୋନା ଆକ୍ରାନ୍ତଙ୍କର ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଏହା ସମସ୍ତଙ୍କ ଚିନ୍ତା ବଢାଇଛି। ଶୁକ୍ରବାର ଗୋଟିଏ ଦିନରେ ପୁଣି ସର୍ବାଧିକ ୮୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜିଲାରେ ମୋଟ ୪୬୬୧୫ ଜଣଙ୍କର କରୋନା ପରୀକ୍ଷା କରାଯାଇଥିବା ବେଳେ ଜିଲାରେ କରୋନା ଆକ୍ରାନ୍ତଙ୍କର ସଂଖ୍ୟା ୧୩୫୯କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୯୩୯ ଜଣ ସୁସ୍ଥ ହୋଇଥିବାବେଳେ ୪୧୩ ଜଣ ଙ୍କର ଆକ୍ଟିଭ ରହିଛି। ୨୭୬ଜଣ ଘରେ ରହି ଚିକିତ୍ସିତ ହେଉଛନ୍ତି। ଅନ୍ୟମାନେ କୋଭିଡ ଡାକ୍ତରଖାନାରେ ଭର୍ତ୍ତୀ ହୋଇଛନ୍ତି। ଜିଲାରେ କରୋନାରେ ମୃତ୍ୟୁ ସଂଖ୍ୟା ୬ରେ ସୀମିତ ରହିଛି। ଶୁକ୍ରବାର ଦିନ ୮୫ ଜଣ ଆକ୍ରାନ୍ତଙ୍କର ମଧ୍ୟରୁ ନବରଙ୍ଗପୁର ସହରରେ ସର୍ବାଧିକ ୨୮ ଜଣ ରହିଛନ୍ତି। ଗତ ତିନିଦିନ ମଧ୍ୟରେ ନବରଙ୍ଗପୁର ସହରର ୭୫ଜଣ ଆକ୍ରାନ୍ତ ହୋଇଛନ୍ତି। ଗୈାଡସାହିର ଜଣେ, ହୋଟେଲ ତୃପ୍ତିର ଜଣେ, ଗାନ୍ଧିନଗରର ୩ଜଣ, ପାଞିଆସାହିର ଜଣେ, ଗାଦବାଗୁଡାର ୨ଜଣ, ସେନାପତି ସାହିର ଜଣେ, ଇଚ୍ଛାବତୀଗୁଡାର ୨ଜଣ, ଶଙ୍ଖାରୀ ସାହିର ୩ଜଣ, ତେଲିସାହିର ୫ଜଣ, ଗାନ୍ଧିନଗରର ଜଣେ, ପୁରୁଣା ମେଡିକାଲ କଲୋନୀର ୨ଜଣ, ଦ୍ୱାରିକା ନଗରର ୩ଜଣ, ତୋଟା ସାହିର ୩ଜଣ ଆକ୍ରାନ୍ତ ହୋଇଛନ୍ତି। ଉମରକୋଟ ସହରର ୪ ଜଣ ଆକ୍ରାନ୍ତ ହୋଇଥିବାବେଳେ ଗୁଲିପାଟଣାରେ ୨ ଜଣ,ଶିବାଜୀ ନଗରର ଜଣେ ଓ ରାଇଘରରୋଡର ଜଣେ ରହିଛନ୍ତି। ଉମରକୋଟବ୍ଳକର ଇନ୍ଦ୍ରପୁରୀ ଓ ଜେମାଦେଇର ଜଣେ ଲେଖାଏଁ ରହିଛନ୍ତି। ନବରଙ୍ଗପୁରବ୍ଲକର ୪ଜଣ ମଧ୍ୟରୁ ବହକୁମୁଲିର ଜଣେ ଓ ଇଏମଆରଏସ ହିର୍ଲିର ୨ଜଣ ଓ ଭେଣ୍ଡିଗୁଡାର ଜଣେ ରହିଛନ୍ତି। କୋଷାଗୁମୁଡାବ୍ଳକର ୩ଜଣରୁ କୋଷାଗୁମୁଡାର ୨ଜଣ ଓ କୋଡିଙ୍ଗାର ଜଣେ ରହିଛନ୍ତି।ରାଇଘର ବ୍ଳକ କୁନ୍ଦେଇ ଓ କପେଲ ଗଣ୍ଡାରୁ ଜଣେ ଲେଖାଏଁ ଓ ନନ୍ଦାହାଣ୍ଡିବ୍ଳକ ରଜକ କଲୋନୀର ୨ଜଣ, ଉଦୟନଗରର ଜଣେ, ମିର୍ଗାନୀଗୁଡାର ଜଣେ, ମାଝୀଗୁଡା ର ୪ଜଣ, ଉଷୁରୀପଦରର ୫ଜଣ, ଝାରବନ୍ଧଗୁଡାର ଜଣେ, ନରସିଂଗୁଡାର ୨ଜଣ, ବାଣିଆର ଜଣେ, ଓ ପଡାଲଗୁଡାର ୪ଜଣ ଆକ୍ରାନ୍ତ ହୋଇଛନ୍ତି। ଡାବୁଗାଁ ବ୍ଳକର ଡାବୁର୍ଗାର ୩ଜଣ, ଚନ୍ଦାହାଣ୍ଡି ବ୍ଳକର ଚନ୍ଦାହାଣ୍ଡିର ଜଣେ, ତେବେ ଜିଲା ପ୍ରଶାସନ ପକ୍ଷରୁ ଏହି ଅଞ୍ଚଳକୁ କଣ୍ଟେନମେଣ୍ଟ ଓ ବଫେର ଜୋନ୍‍ ଭାବେ ଘୋଷଣା କରାଯାଇଛି। ଦିନକୁ ଦିନ କରୋନା ବୃଦ୍ଧି ନେଇ ଜିଲାରେ ଭୟର ବାତାବରଣ ଦେଖାଦେଇଥିବାବେଳେ ସତର୍କତା ରହିବାକୁ ଜିଲାପ୍ରଶାସନ ପକ୍ଷରୁ ପରାମର୍ଶ ଦେଇଛନ୍ତି।

 

 

Comments are closed.