ଡାକ୍ତରଖାନାରେ କରୋନା, ୩ ଦିନ ପାଇଁ ବନ୍ଦ

ଫୁଲବାଣୀ: କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଳକ ଅନ୍ତର୍ଗତ ସାରଙ୍ଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୪ ଜଣ କର୍ମଚାରୀ ଆଜି କରୋନା ପଜିଟିଭ୍‍ ଚିହ୍ନଟ ପରେ ଉକ୍ତ ଡାକ୍ତରଖାନାକୁ ୩ ଦିନ ପାଇଁ ବନ୍ଦ କରିଦିଆଯାଇଛି। କେବଳ ଜରୁରୀ ଚିକିତ୍ସା ଯୋଗାଇ ଦେବାପାଇଁ ବ୍ୟବସ୍ଥା କରାଯାଇଛି। କରୋନା ଟେଷ୍ଟ ପରେ ଉକ୍ତ ଡ଼ାକ୍ତରଖାନାରେ ୨ ଜଣ ସୁଇପର ସମେତ ଅନ୍ୟ ୨ ଜଣ କର୍ମଚାରୀ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିବା ପରେ ତିନିଦିନ ପାଇଁ ଏହାକୁ ବନ୍ଦ କରିଦିଆଯିବା ସହିତ ଅନ୍ୟ କର୍ମଚାରୀମାନଙ୍କୁ ହୋମ୍‍ ଆଇସୋଲେସନରେ ରହିବା ପାଇଁ ପରାମର୍ଶ ଦିଆଯାଇଛି।

Comments are closed.