ବଫର ଜୋନରୁ ଜଣେ ସମେତ କୋଲବିରା ବ୍ଲକର ୨ ଜଣ ମହିଳା ଆକ୍ରାନ୍ତ

କୋଲବିରା: କୋଲବିରା ବ୍ଲକ ମୁଖ୍ୟାଳୟ ସ୍ଥିତ ଜମିଦାର ପଡ଼ାରେ ୩ଦିନ ପୂର୍ବରୁ ଜଣେ ୧୫ ବର୍ଷୀୟ ଯୁବକ କରୋନା ଆକ୍ରାନ୍ତ ହେବାପରେ ଜମିଦାର ପଡ଼ାକୁ କଣ୍ଟିନମେଣ୍ଟ ଜୋନ ଘୋଷଣା କରାଯାଇଛି ଏବଂ ତେଲେଙ୍ଗାପଡ଼ାକୁ ବଫର ଜୋନ ଘୋଷଣା କରାଯାଇଛି। ଆଜି ବଫର ଜୋନ ତେଲେଙ୍ଗାପଡାର ଜଣେ ଯୁବତୀ ପଜିଟିଭ ଚିହ୍ନଟ ହେବା ପରେ ଅଧିକ ସଂକ୍ରମଣର ଆଶଙ୍କା ଦେଖାଦେଇଛି। ଉକ୍ତ ଯୁବତୀଙ୍କ ସ୍ୱାବ ଗତ ୩ ତାରିଖ ନିଆଯାଇଥିଲା ଏବଂ ଆଜି ପଜିଟିଭ ରିପୋର୍ଟ ଆସିଛି। ସେହିପରି ବ୍ଲକର ଝିର୍ଲପାଲି ସ୍ଥିତ ଆଞ୍ଚଳିକ ସଂଗରୋଧ କେନ୍ଦ୍ରରେ ରହିଥିବା ଜଣେ ବହୀରାଗତ ୩୦ ବର୍ଷିଆ ମହିଳା ମଧ୍ୟ ପଜିଟିଭ ହୋଇଥିବା ନେଇ କୋଲବିରା ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡା. ଡୋଳମଣି ତାଣ୍ଡି ସୂଚନା ଦେଇଛନ୍ତି। ଝାରସୁଗୁଡା ଜିଲ୍ଳାର କୋଲବିରା ବ୍ଲକ ରଘୁନାଥପଲି ଗ୍ରାମରେ ଗୋଟିଏ ପରିବାରର ୨୨ଜଣ କରୋନା ପଜିଟିଭ ହେବା ପରେ କୋଲବିରା ବ୍ଲକ ଅଞ୍ଚଳ ଜିଲ୍ଲାର ହଟସ୍ପଟ ଭାବରେ ରହିଛି। ତେବେ ରଘୁନାଥପାଲି ଗ୍ରାମର ସମସ୍ତ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଥିବା ର ସୂଚନା ରହିଛି।

Comments are closed.