ହକି ଶିବିରରେ କରୋନା: ଭାରତୀୟ ଅଧିନାୟକ ମନପ୍ରୀତଙ୍କ ସହ ୪ ପଜିଟିଭ୍

ଭାରତୀୟ ହକି ଟିମ୍ ଅଧିନାୟକ ମନପ୍ରୀତ୍ ସିଂହଙ୍କ ସମେତ ୪ ଖେଳାଳି କରୋନା ସଂକ୍ରମିତ ହୋଇଛନ୍ତି । ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ)ର ବେଙ୍ଗାଲୁରୁ ହକି ଶିବିରରେ ଏହି ଖେଳାଳୀମାନେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।  ଶିବିରରେ ପହଞ୍ଚିଥିବା ସବୁ ଖେଳାଳୀମାନଙ୍କୁ କୋବିଡ଼-୧୯ ପରୀକ୍ଷା ବାଧ୍ୟତାମୂଳକ କରାଯାଇଛି । ପଜିଟିଭ୍ ଆସିଥିବା ଖେଳାଳୀମାନେ ଏକ ସାଥୀରେ ଯାତ୍ରା କରିଥିଲେ ଓ ଘରୁ ବେଙ୍ଗାଲୁର ଆସିବା ବାଟରେ ହୁଏତ କରୋନା ସଂକ୍ରମିତ ହୋଇଥାଇ ପାରନ୍ତି ବୋଲି ସାଇ ପକ୍ଷରୁ ଏକ ପ୍ରେସ ବିବୃତିରେ କୁହାଯାଇଛି ।

କରୋନା ପଜିଟିଭ୍ ଚିହ୍ନିତ ସମସ୍ତ ଖେଳାଳିଙ୍କୁ ପୃଥକବାସରେ ରଖାଯାଇଛି । ମନପ୍ରୀତ ସିଂହଙ୍କ ବ୍ୟତୀତ ସୁରେନ୍ଦ୍ର କୁମାର, ଯଶକରନ ସିଂହ, ବରୁଣ କୁମାର, କୃଷ୍ଣା ବି ପାଠକଙ୍କ ରିପୋର୍ଟ ପଜିଟିଭ୍ ରହିଛି । ସାଇର ଅନୁମତି ପରେ ଏହି ଖେଳାଳିମାନେ ଗତ ୪ ତାରିଖରେ ତାଲିମ ଶିବିରରେ ପହଞ୍ଚିଥିଲେ । ଏହାପରଠାରୁ ସେମାନେ ୨ ସପ୍ତାହ କ୍ବାରେଣ୍ଟାଇନରେ ଅଛନ୍ତି । ଏହି ସମୟ ମଧ୍ୟରେ ସେମାନଙ୍କର କରୋନା ଟେଷ୍ଟ ହୋଇଥିଲା ।

Comments are closed.