କରୋନା ଆକ୍ରାନ୍ତ ରୋଗୀ ଘରେ ରହି ଚିକିତ୍ସିତ ହୋଇପାରିବେ, ଚିକିତ୍ସା ଖର୍ଚ୍ଚ ଯୋଗାଇ ଦେବେ ସରକାର

ଭୁବନେଶ୍ବର: କରୋନା ଆକ୍ରାନ୍ତ ରୋଗୀ ହୋମ୍ ଆଇସୋଲେସନ୍ ସୁବିଧା ଥିଲେ ଘରେ ରହି ଚିକିତ୍ସା ପାଇଁ ଅନୁମତି ମିଳିବ। ହୋମ୍ ଆଇସୋଲେସନ୍ରେ ରହୁଥିବା ଲୋକଙ୍କ ପାଇଁ ଜଣେ ଘରଲୋକ ରହିବେ। ଘରର ସମ୍ପୃକ୍ତ ସାବାଳକ ବ୍ୟକ୍ତି ସରକାର-ରୋଗୀ ମଧ୍ୟରେ ସେତୁ ସାଜିବେ। ସେ ଘରେ ରହି ଚିକିତ୍ସିତ ହେଉଥିବା ରୋଗୀର ଯାବତୀୟ କଥା ବୁଝିବେ। ହୋମ୍ ଆଇସୋଲେସନ୍ ରୋଗୀଙ୍କ ପାଇଁ ସମସ୍ତ ଚିକିତ୍ସା ଖର୍ଚ୍ଚ ସରକାର ଯୋଗାଇ ଦେବେ। ପିପିଇ କିଟ୍ଠାରୁ ଔଷଧ ପର୍ଯ୍ୟନ୍ତ ସବୁ ସରକାର ଯୋଗାଇ ଦେବେ। ଏମିତିକି ଖାଦ୍ୟ ଭତ୍ତା ମଧ୍ୟ ସରକାର ଯୋଗାଇ ଦେବେ। ୮୦% କରୋନା ରୋଗୀ ଲକ୍ଷଣ ବିହୀନ। ଲକ୍ଷଣହୀନ ରୋଗୀଙ୍କୁ କ୍ରିଟିକାଲ୍ କେୟାର୍ ଦେବା ଦରକାର ନାହିଁ। ଗୁରୁତର ରୋଗୀଙ୍କୁ ଉତ୍ତମ ଚିକିତ୍ସା ଯୋଗାଇବାକୁ ଏଭଳି ବ୍ୟବସ୍ଥା ହୋଇଛି। କିଛି ବିଶେଷ ପ୍ରକାର ଲୋକଙ୍କୁ ମିଳିବ ନାହିଁ ହୋମ୍ ଆଇସୋଲେସନ୍ ଅନୁମତି। ଏଚ୍ଆଇଭି, କ୍ୟାନ୍ସର, ହୃଦ୍ରୋଗୀ, ବୟସ୍କ, ବହୁବିଧା ରୋଗାକ୍ରାନ୍ତ, ଅଙ୍ଗ ପ୍ରତିରୋପଣ ରୋଗୀଙ୍କୁ ହୋମ୍ ଆଇସୋଲେସନ୍ ସୁବିଧା ମଳିବ ନାହିଁ ବୋଲି ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ପ୍ରକାଶ କରିଛନ୍ତି।