ଲକ ଡାଉନ ସମୟରେ ସାହାଯ୍ୟ ପାଇଁ ସରକାରଙ୍କ ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ

ଭୁବନେଶ୍ୱର: ଲକଡାଉନ ଘୋଷଣା ପରେ ସୃଷ୍ଟି ହେଉଥିବା ବିଭିନ୍ନ ସମସ୍ୟା ଉପରେ ରାଜ୍ୟ ସରକାର ନଜର ରଖିବା ପାଇଁ ଏକ କଣ୍ଟ୍ରୋଲ୍ ରୁମ୍ ଆରମ୍ଭ କରିଛନ୍ତି । ଦେଶର ବିଭିନ୍ନ ଅଞ୍ଚଳରେ ବସବାସ କରୁଥିବା ଓଡ଼ିଆ ଲୋକମାନେ ମଧ୍ୟ ସମ୍ମୁଖୀନ ହେଉଥିବା ଅସୁବିଧା ସମ୍ବନ୍ଧରେ ଏହି କଣ୍ଟ୍ରୋଲ୍ ରୁମକୁ ଜଣାଇପାରିବେ । ୨୦୨୦ ମାର୍ଚ୍ଚ ୨୬ ତାରିଖରୁ ରାଜ୍ୟ ଗୃହ ବିଭାଗରେ ଏହି କଣ୍ଟ୍ରୋଲ୍ ରୁମ୍ ୨୪ x ୭ କାର୍ଯ୍ୟ କରିବ । ଏହି ନିୟନ୍ତ୍ରଣ କକ୍ଷ ଦାୟିତ୍ୱରେ ୧୯୯୮ବ୍ୟାଚ୍‍ର ବରିଷ୍ଠ ଆଇପିଏସ୍‍ ଅଧିକାରୀ ଅମିତାଭ ଠାକୁର ରହିଛନ୍ତି । ଏହି କଣ୍ଟ୍ରୋଲ୍ ରୁମର ନମ୍ବର ହେଉଛି: ୦୬୭୪-୨୩୯୨୧୧୫/ ୯୪୩୮୯୧୫୯୮୬

 

Comments are closed.