ଦେଶରେ ମାଡିଚାଲିଲା କୋଭିଡ ସଂକ୍ରମଣ; ଦିନକରେ ୧୩,୧୫୪ ନୂଆ ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶରେ ଦୈନିକ କୋଭିଡ ସଂକ୍ରମଣ ପୁଣି ଦ୍ରୁତ ଗତିରେ ଉପରମୁହାଁ ହେବା ଆରମ୍ଭ କରିଛି। ଦିନକ ମଧ୍ୟରେ ୧୩,୧୫୪ ଜଣ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହି ସମୟରେ ୭୪୮୬ ଜଣ ସୁସ୍ଥ ହୋଇଥିବା ଜଣାଯାଇଛି। କୋଭିଡରୁ ଆରୋଗ୍ୟ ହାର ୯୮.୩୮%କୁ ଖସିଆସିଛି, ଯାହା ଦିନକ ପୂର୍ବରୁ ୯୮.୪୦% ରହିଥିଲା। ଦୈନିକ ସଂକ୍ରମଣ ହାର ୧.୧୦% ଏବଂ ସାପ୍ତାହିକ ସଂକ୍ରମଣ ହାର ୦.୭୬% ରହିଛି। ଦେଶରେ ୩,୪୨,୫୮,୭୭୮ ଜଣ କରୋନାରୁ ସୁସ୍ଥ ହୋଇସାରିଲେଣି। ସଂପ୍ରତି ୮୨,୪୦୨ ଜଣ ସକ୍ରିୟ କରୋନା ଆକ୍ରାନ୍ତ ଅଛନ୍ତି। ବୁଧବାର ସଂଧ୍ୟା ସୁଦ୍ଧା ମୋଟ ୬୭.୬୪ କୋଟି ନମୁନା ପରୀକ୍ଷା କରାଯାଇଛି। ସେହି ସମୟ ସୁଦ୍ଧା ୧୪୩.୮୩ କୋଟି ପାନ ଟିକା ଦିଆଯାଇଛି।

Comments are closed.