କୋଭିଡ୍ ପ୍ରଭାବ, ଭୁଶୁଡ଼ିଲା ପୁଞ୍ଜି ବଜାର

ନୂଆଦିଲ୍ଲୀ: କୋଭିଡ୍-୧୯ର ପ୍ରଭାବ ସାରା ବିଶ୍ବର ପୁଞ୍ଜି ବଜାର ଉପରେ ପଡିଛି। ଏଥିଯୋଗୁ ବିଶ୍ବର ଅଧିକାଂଶ ବଜାରରେ ଦେଖାଦେଇଛି ଘୋର ଆର୍ଥିକ ସଙ୍କଟ। ବ୍ୟାଙ୍କ ଭୁଶୁଡିବା ଏବଂ ଦେବାଳିଆ ହେବା ଯୋଗୁ ୮୦% ଷ୍ଟକର ମୂଲ୍ୟରେ ହ୍ରାସ ଘଟିଛି। ବିଶ୍ବ ଆର୍ଥିକ କ୍ଷେତ୍ରର ଇତିହାସରେ ଏହାକୁ ସବୁଠାରୁ ବଡ ସଙ୍କଟ କୁହାଯାଉଛି। କୋଭିଡ୍ ପ୍ରଭାବରେ କେବଳ ୟୁରୋପ ନୁହେଁ; ଏସିଆରେ ଅନେକ ପ୍ରମୁଖ ବ୍ୟାଙ୍କ ମଧ୍ୟ ଦେବାଳିଆ ହୋଇଛି।

ଏ ସମ୍ପର୍କରେ ୪୭ ବର୍ଷୀୟ ବଜାର ବିେଶଷଜ୍ଞ ଡେଭିଡ୍ ହଣ୍ଟର କହିଛନ୍ତି ଯେ, ଏହି ଆର୍ଥିକ ମାନ୍ଦାବସ୍ଥାର ପ୍ରଥମ ଚରଣ ଚଳିତ ବର୍ଷ ମାର୍ଚ୍ଚରେ ଆରମ୍ଭ ହୋଇଥିଲା। ପ୍ରଥମ ଦଫାରେ ବିଭିନ୍ନ କମ୍ପାନୀର ଷ୍ଟକଗୁଡିକ ପ୍ରଭାବିତ ହୋଇଥିଲା। ଏଥିରେ ଷ୍ଟକ ମୂଲ୍ୟରେ ବୃହତ୍ ହ୍ରାସ ଘଟିଥିଲା। କେନ୍ଦ୍ରୀୟ ବ୍ୟାଙ୍କ ଜରିଆରେ ଲିକ୍ୟୁଡିଟିରେ ବୃଦ୍ଧି ଘଟାଇବା ଅର୍ଥାତ୍ ବଜାରକୁ ଅଧିକ ମାତ୍ରାରେ ଅର୍ଥ ପ୍ରଭାବ କରାଇବା, ଆର୍ଥିକ ପ୍ରୋତ୍ସାହନ ପ୍ୟାକେଜ୍ ଗୃହୀତ କରିବା ଏବଂ ବଜାର ପ୍ରତି ମନୋଭାବ ବଦଳାଇବା ଭଳି ପଦକ୍ଷେପ ହିଁ ଆସନ୍ତା ଦୁଇରୁ ତିନି ମାସରେ କ୍ଷେତ୍ରରେ ଉତ୍ସାହ ଫେରାଇ ଆଣିପାରିବ।

ଦ୍ବିତୀୟ ପର୍ୟ୍ୟାୟରେ ଅଧିକ କମ୍ପାନୀ ଦେବାଳିଆ ହେବା, ବ୍ୟାଙ୍କ ଭୁଶୁଡିବା, ୮୦ ପ୍ରତିଶତ ଷ୍ଟକ୍ର ମୂଲ୍ୟ ହ୍ରାସ ଘଟିବା ଭଳି ଘଟଣା ଦେଖିବାକୁ ମିଳିଥିବା ହଣ୍ଟର କହିଛନ୍ତି। ତେବେ ଏଭଳି ପରିସ୍ଥିତିରେ ଦେଶର ଆର୍ଥିକ ସ୍ଥିତିକୁ ସଜାଡିବାକୁ ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ ଫେଡେରାଲ ରିଜର୍ଭ ଏହାର ବାଲାନ୍ସସିଟ୍କୁ ୨୦ ଟ୍ରିଲିୟନ୍ ଡଲାର ଯାଏ ବୃଦ୍ଧି କରିବ। ବର୍ତ୍ତମାନ ଫେଡେରାଲ ରିଜର୍ଭର ବାଲାନ୍ସସିଟ୍ ୭ ଟ୍ରିଲିୟନ୍ ଡଲାର ସ୍ତରରେ ରହିଛି। ଗତବର୍ଷ ଏହି ସମୟରେ ଏହା ୪ ଟ୍ରିଲିୟନ୍ ଡଲାର ରହିଥିଲା। ପ୍ରତ୍ୟେକ ଦିନ କରୋନା ଟିକା ଆସିବା ନେଇ ସମ୍ଭାବନା ଦେଖାଦେଉଛି। ଯଦି ଏହି ଟିକା ଆସେ ତେବେ ଫେଡେରାଲ ରିଜର୍ଭ ସହ ଅନ୍ୟ ରାଷ୍ଟ୍ରର କେନ୍ଦ୍ରୀୟ ବ୍ୟାଙ୍କଗୁଡିକ ନିବେଶକଙ୍କ ଉପରେ ଆସ୍ଥା ବଢ଼ାଇବେ ବୋଲି ହଣ୍ଟର ଆଶା ପ୍ରକାଶ କରିଛନ୍ତି।

Comments are closed.