୯୬ ଦେଶକୁ ବ୍ୟାପିଲା ଡେଲଟା ପ୍ରଜାତି

ନୂଆଦିଲ୍ଲୀ: ଭାରତରେ ପ୍ରଥମ କରି ଚିହ୍ନଟ କରୋନାର ଡେଲଟା ପ୍ରଜାତି ଭୂତାଣୁ (ବି.୧.୬୧୭.୨) ବିଶ୍ବର ୯୬ଟି ଦେଶକୁ ବ୍ୟାପିଥିବା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ) କହିଛି। ଗତ ସପ୍ତାହ ମଧ୍ୟରେ ଏହା ଅଧିକ ୧୧ଟି ରାଷ୍ଟ୍ରକୁ ବ୍ୟାପିଛି। କରୋନାର ଆଲଫା ପ୍ରଜାତି ଠାରୁ ଡେଲଟା ପ୍ରଜାତିର ଭୂତାଣୁର ସଂକ୍ରମଣ ବେଗ ୮୫% ଅଧିକ। ଏହି ସଂକ୍ରମିତ ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ପଡୁଛି। ଡେଲଟା ପ୍ରଜାତିର ପରିବର୍ତ୍ତନ ହୋଇ ଏବେ ଡେଲଟା ପ୍ଲସ୍ (ଏୱାଇ.୧) ସୃଷ୍ଟି ହୋଇଛି।

Comments are closed.