କରୋନା ଅପଡେଟ୍ : ଦେଶରେ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି

ମୁମ୍ବଇ : ଭାରତରେ କରୋନା ଭୂତାଣୁ ସଂକ୍ରମଣରେ ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି। ପୂର୍ବରୁ ଦେଶରେ ଭୂତାଣୁ ସଂକ୍ରମଣରେ ୨ ଜଣ ପ୍ରାଣ ହରାଇଥିଲେ। ମଙ୍ଗଳବାର କରୋନା ଭୂତାଣୁ ସଂକ୍ରମଣରେ ମୁମ୍ବଇରେ ଜଣେ ୬୪ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ମୁମ୍ବଇସ୍ଥିତ କସ୍ତୁରବା ହସ୍ପିଟାଲରେ ଏହି କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଦେଶରେ ୧୫ଟି ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୨୫ ଜଣ ସଂକ୍ରମିତ ଥିବା ବେଳେ ମହାରାଷ୍ଟ୍ରରେ ସର୍ବାଧିକ ୩୮ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି।

ସୂଚନାଯୋଗ୍ୟ, ପୂର୍ବରୁ ଭାରତରେ କରୋନା ଭୂତାଣୁ ସଂକ୍ରମଣରେ ଆକ୍ରାନ୍ତ ହୋଇ ୨ ଜଣ ପ୍ରାଣ ହରାଇଥିଲେ। ଦିଲ୍ଲୀରେ ଗତ ୧୪ ତାରିଖରେ ଜଣେ ୬୮ ବର୍ଷ ବୟସ୍କ ମହିଳାଙ୍କ ମୃତ୍ୟୁ ହୋଇଥିଲା। ସେହିପରି କରୋନା ଭୂତାଣୁ ସଂକ୍ରମଣରେ ଆକ୍ରାନ୍ତ କର୍ଣ୍ଟାଟକର ​‌ଜଣେ​ ୭୬ ବର୍ଷ ବୟସ୍କ ବ୍ୟକ୍ତିଙ୍କର ମାର୍ଚ୍ଚ ୧୦ ରେ ମୃତ୍ୟୁ ଘଟିଥିଲା।

Comments are closed.