ରାଜ୍ୟରେ କରୋନା ନେଲା ୧୭ ଜଣଙ୍କ ଜୀବନ, ଟ୍ବିନ ସିଟିରୁ ୬ ମୃତ

ଭୁବନେଶ୍ବର: ରାଜ୍ୟରେ ଶନିବାର କରୋନା ଆଉ ୧୭ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧,୧୨୧ କୁ ବୃଦ୍ଧି ହୋଇଛି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି।


ସୂଚନା ଅନୁଯାୟୀ, ଆଜି କରୋନାରେ ୧୭ ଜଣ ମୃତକଙ୍କ ମଧ୍ୟରୁ ଟ୍ବିନ ସିଟିରୁ ୬ ଜଣଙ୍କ ମୃତ୍ୟୁ ଘଟିଛି। ଭୁବନେଶ୍ବରରୁ ସର୍ବାଧିକ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ କଟକରୁ ୨ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ଅନୁଗୁଳ, ବାଲେଶ୍ବର, ଜଗତସିଂହପୁର, କନ୍ଧମାଳ, କେନ୍ଦୁଝର, ଖୋର୍ଦ୍ଧା, ମୟୁରଭଞ୍ଜ, ନୟାଗଡ, ପୁରୀ, ରାଉରକେଲା, ସମ୍ବଲପୁର ଜିଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

Comments are closed.