ଦୈନିକ ସଂକ୍ରମଣ ୫୦ ହଜାର ନିକଟତର, ୩୦ ହଜାର ଟପିଲା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଏକ ମାସ ଭିତରେ ଦୈନିକ ସଂକ୍ରମଣ ୧୫ ହଜାରରୁ ୫୦ ହଜାର ନିକଟତର ହୋଇଛି। ଅର୍ଥାତ ଗତ ଜୁନ ୨୪ରେ ୧୫ ହଜାର ୯୬୯ ରୋଗୀ ଚିହ୍ନଟ ହୋଇଥିବାବେଳେ ଆଜି ଅର୍ଥାତ ଜୁଲାଇ ୨୪ ସୁଦ୍ଧା ଗତ ୨୪ ଘଣ୍ଟାରେ ୪୯ ହଜାର ୩୧୦ ପଜିଟିଭ୍‌ ବାହାରିଛନ୍ତି। ଏହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୨ ଲକ୍ଷ ୮୭ ହଜାର ୯୪୫ରେ ପହଞ୍ଚିଛି। ସେହିପରି ଗୋଟିଏ ଦିନରେ ୭୪୦ ଜଣ ପ୍ରାଣ ହରାଇଛନ୍ତି। ଫଳରେ ମୋଟ ମୃତ୍ୟୁ ସଂଖ୍ୟା ୩୦ ହଜାର ୬୦୧କୁ ବୃଦ୍ଧି ପାଇଛି। ଦେଶରେ ଏବେ ୪ ଲକ୍ଷ ୪୦ ହଜାର ୧୩୫ ସକ୍ରିୟ ରୋଗୀ ଥିବାବେଳେ ୮ ଲକ୍ଷ ୧୭ ହଜାର ୨୦୯ ଜଣ ସୁସ୍ଥ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

Comments are closed.