ବରିଷ୍ଠ କିରାଣୀଙ୍କ କରୋନାରେ ମୃତ୍ୟୁ

ହରଭଙ୍ଗା : ଦୀର୍ଘଦିନ ବ୍ୟବଧାନ ପରେ ବୌଦ୍ଧରେ କରୋନାରେ ଆଉ ଜଣେ ପ୍ରାଣ ହରାଇଛନ୍ତି।ମୃତ ବ୍ୟକ୍ତି ଜଣଙ୍କ ହରଭଙ୍ଗା ବ୍ଲକ ପୁରୁଣାକଟକ ଭୈରବୀ ଜୁନିୟର କଲେଜର ବରିଷ୍ଠ କିରାଣୀ ଜିତେନ୍ଦ୍ରୀୟ ପ୍ରଧାନ(୫୯) ବୋଲି ଜଣାପଡିଛି। ବୌଦ୍ଧ କୋଭିଡ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଗୁରୁବାର ମୃତ୍ୟୁ ଘଟିଛି। ସେ ଦୀର୍ଘ ୫ଦିନ ହେଲା କରୋନାରେ ଆକ୍ରାନ୍ତ ଥିବାରୁ ବୌଦ୍ଧ କୋଭିଡ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ।ଆଜି ସକାଳେ ତାଙ୍କର ସେଠାରେ ମୃତ୍ୟୂ ଘଟିଛି।ମୃତ୍ୟୁ ଖବର ଜଣାପଡିବାପରେ ଜଣ।ଶୁଣା ପରିଚିତ ମହଲରେ ଶୋକରଛାୟା ଖେଳିଯାଇଛି।ମୃତ କିରାଣୀଙ୍କ ଘର ତିଲେଶ୍ୱର ପଂଚାୟତ କୃଷ୍ଣପାଲ୍ଲୀ ବୋଲି ଜଣାପଡିଛି।ସେ ପୁରୁଣାକଟକ ଭୈରବୀ ଜୁନିୟର କଲେଜରେ ଦୀର୍ଘବର୍ଷ ହେଲା ବରିଷ୍ଠ କିରାଣୀଭାବେ କାର୍ଯ୍ୟକରୁଥିଲେ।ଆଉ ୫ ମାସ ପରେ ଚାକିରୀରୁ ଅବସର ଗ୍ରହଣ କରିଥାନ୍ତେ ବୋଲି କଲେଜ ଅଧ୍ୟକ୍ଷ ମନୋଜ କୁମାର ପାଠୀ ସୂଚନା ଦେଇଛନ୍ତି।