ଆଜି ରାଜ୍ୟରେ ଆଉ ୭ ଜୀବନ ନେଲା କରୋନା, ୫ ବର୍ଷୀୟ ଶିଶୁପୁତ୍ରର ମୃତ୍ୟୁ

ଭୁବନେଶ୍ବର: ରାଜ୍ୟରେ ମଙ୍ଗଳବାର କରୋନା ଆକ୍ରାନ୍ତରେ ପୁଣି ୭ ଜଣଙ୍କ ମୃତ୍ୟୁ ହୋଇଛି। ୭ଜଣଙ୍କ ମଧ୍ୟରୁ ଭୁବନେଶ୍ବରର ଜଣେ ୫ ବର୍ଷୀୟ ଶିଶୁପୁତ୍ରର ମୃତ୍ୟୁ ଘଟିଛି । ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧୫୪ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି ।

 

ସୂଚନା ଅନୁଯାୟୀ, ଆଜି ସମସ୍ତ କରୋନା ମୃତକ ପୁରୁଷ ଅଟନ୍ତି । ଗଞ୍ଜାମରେ କେବଳ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ରାୟଗଡ଼ା ଜିଲାରେ ୨ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି କଟକ ଓ ଭୁବନେଶ୍ବରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଆଜିର ମୃତ୍ୟୁ ସଂଖ୍ୟାକୁ ମିଶାଇ ଗଞ୍ଜାମରେ କେବଳ ୮୫ ଜଣଙ୍କର ମୃତ୍ୟୁ ଘଟିଛି ।

Comments
Loading...