ରାଜ୍ୟ ପାଇଁ ଖୁସି ଖବର ; ସୁସ୍ଥ ହେଲେ ଆଉ ୭୬ କରୋନା ଆକ୍ରାନ୍ତ, ଆରୋଗ୍ୟଙ୍କ ସଂଖ୍ୟା ୧,୧୨୬କୁ ବୃଦ୍ଧି

ଭୁବନେଶ୍ବର : ରାଜ୍ୟ ପାଇଁ ଖୁସି ଖବର। ରବିବାର ଆଉ ୭୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୧,୧୨୬କୁ ବୃଦ୍ଧି ପାଇଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି ।

 

ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତମନଙ୍କ ମଧ୍ୟରୁ କେନ୍ଦ୍ରାପଡା- ୧୭, ଗଞ୍ଜାମ- ୧୬, ନୟାଗଡ଼- ୧୧, କଳାହାଣ୍ଡି- ୧୧, ଯାଜପୁର- ୫ , ବାଲେଶ୍ବର -୩, ମୟୁରଭଞ୍ଜ- ୩, ଅନୁଗୁଳ- ୨, ଜଗତସିଂହପୁର-୨, କଟକ, ଢେଙ୍କାନାଳ, ମାଲକାନଗିରି, ପୁରୀ, ସମ୍ବଲପୁର ଏବଂ ସୁନ୍ଦରଗଡ଼ ଜିଲାରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି ।

Comments are closed.