ରାଜ୍ୟରେ ସୁସ୍ଥ ହେଲେ ଆଉ ୨୫୭୭ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ସୋମବାର ୨୫୭୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୨ ଲକ୍ଷ ୩୦ ହଜାର ୧୯୨କୁ ବୃଦ୍ଧି ହୋଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି।

ଆଜି ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କଟକ ଜିଲ୍ଲାରୁ ସର୍ବାଧିକ ୨୪୪ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଷ୍ଟେଟ୍‌ ପୁଲରୁ- ୧୫୫, ଯାଜପୁର- ୧୩୭, ଖୋର୍ଦ୍ଧା- ୧୨୪, ବାଲେଶ୍ୱର ଓ ସମ୍ବଲପୁରରୁ ୧୨୦ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି। ସେହିପରି କେନ୍ଦ୍ରାପଡ଼ା ଓ ପୁରୀରୁ ୧୧୪ ଲେଖାଏଁ, ସୁନ୍ଦରଗଡ଼ରୁ ୧୧୧, ଅନୁଗୁଳ- ୧୦୮, ବଲାଙ୍ଗିର- ୧୦୩, ବରଗଡ଼ରୁ ୯୭ ସୁସ୍ଥ ହୋଇଛନ୍ତି। ସେହିପରି ନୂଆପଡ଼ା- ୯୦, ନବରଙ୍ଗପୁର- ୮୧, କେନ୍ଦୁଝର- ୭୪, ଜଗତସିଂହପୁର- ୭୧, ଢେଙ୍କାନାଳ- ୬୯, ଭଦ୍ରକ ଓ ନୟାଗଡ଼ରୁ ୬୭ ଲେଖାଏଁ, ଝାରସୁଗୁଡ଼ାରୁ ୬୨, ମାଲକାନଗିରି- ୫୭, କନ୍ଧମାଳ- ୪୯, ସୁବର୍ଣ୍ଣପୁର- ୪୫, କଳାହାଣ୍ଡି- ୩୯, ଗଞ୍ଜାମ- ୩୬, ବୌଦ୍ଧ- ୩୪, କୋରାପୁଟ- ୩୩, ଦେବଗଡ଼- ୨୩ ରାୟଗଡ଼ାରୁ ୧୯ ଓ ଗଜପତିରୁ ୧୩ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

 

Comments are closed.