ରାଜ୍ୟରେ ଆଉ ୧୪୬ ପଜିଟିଭ୍ ଚିହ୍ନଟ, ୩୧୪୦ରେ ପହଞ୍ଚିଲା ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ସମାଜ ପୋର୍ଟାଲ ଡେସ୍କ: ରାଜ୍ୟରେ ଆଉ ୧୪୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୭ଟି ଜିଲ୍ଲା ଏବଂ ଏନଡ଼ିଆରଏଫ/ ଓଡ଼ିଆରଏଫର ମଙ୍ଗଳବାର ଚିହ୍ନଟ ୧୪୬ ଜଣ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ହଜାର ୧୪୦ରେ ପହଞ୍ଚିଛି। ଆଜି ଚିହ୍ନଟ ହୋଇଥିବା ୧୪୬ ଜଣଙ୍କ ମଧ୍ୟରୁ ୧୪୭ ଜଣ କ୍ବାରେଣ୍ଟାଇନ ସେଣ୍ଟର ଏବଂ ୧୯ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି।

ଚିହ୍ନଟ ହୋଇଥିବା ୧୪୬ ଜଣଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୧୯, ଗଂଜାମରୁ ୧୮, ଜଗତସିଂପୁରରୁ ୮, ସୁନ୍ଦରଗଡ଼ ଓ ବାଲେଶ୍ୱରରୁ ୭ ଜଣ ଲେଖାଏଁ, ଦେଓଗଡ଼ରୁ ୫, କଳାହାଣ୍ଡି, ମୟୁରଭଞ୍ଜ ଓ ନୟାଗଡ଼ରୁ ୩ ଜଣ ଲେଖାଏଁ, କେନ୍ଦୁଝର, କଟକ, କେନ୍ଦ୍ରାପଡା ଓ କନ୍ଧମାଳରୁ ୨ ଜଣ ଲେଖାଏଁ, ମାଲକାନଗିରି, ଯାଜପୁର, ଢେଙ୍କାନାଳ ଓ ବଲାଙ୍ଗୀରରୁ ଜଣେ ଲେଖାଏଁ ଏବଂ ଏନଡ଼ିଆରଏଫ/ ଓଡ଼ିଆରଏଫର ୬୧ ଜଣ ଆକ୍ରାନ୍ତ ରହିଛନ୍ତି।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩୧୪୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୧୧୩୬ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୯୯୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ୯ ଜଣଙ୍କର ମୃତ୍ୟୁ କରୋନାଜନିତ ହୋଇଥିବା ବେଳେ ଦୁଇ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି।

Comments are closed.