ଜାଣନ୍ତୁ କୋଭିଡ୍‌-୧୯ ରାପିଡ୍‌ ଆଣ୍ଟିବଡ଼ି ଟେଷ୍ଟିଂ ସମ୍ପର୍କିତ କିଛି ପ୍ରଶ୍ନର ଉତ୍ତର

ଉତ୍ତର ଦେଇଛନ୍ତି ନବକୃ୍ଣ୍ଣ ଚୌଧୁରୀ ଉନ୍ନୟନ ଗବେଷା କେନ୍ଦ୍ର ନିର୍ଦେଶକ ଓ ଉତ୍କଳ ବିଶ୍ବବିଦ୍ୟାଳୟ ପ୍ରଫେସର

ଭୁବନେଶ୍ବର : ଭୁବନେଶ୍ୱରରେ ୧୮ ଏପ୍ରିଲ ୨୦୨୦ ଠାରୁ କୋଭିଡ଼-୧୯ ସମ୍ବନ୍ଧୀୟ ଏକ ସେରୋଲୋଜିକାଲ ଆଣ୍ଟିବଡ଼ି ପରୀକ୍ଷା(ରାପିଡ୍‌ ଆଣ୍ଟିବଡି ଟେଷ୍ଟ) ଆରମ୍ଭ କରାଯାଇଅଛି। ଏଥିପାଇଁ ନବକୃଷ୍ଣ ଚୌଧୁରୀ ଉନ୍ନୟନ ଗବେଷଣା କେନ୍ଦ୍ର ପକ୍ଷରୁ ଏକ ନୀତିପତ୍ର ପ୍ରସ୍ତୁତ ହୋଇଛି ଯେଉଁଥିରେ ଏହି ପରୀକ୍ଷଣ ସମ୍ପର୍କିତ କିଛି ସାଧାରଣ ପ୍ରଶ୍ନର ଉତ୍ତର ରହିଛି। ସେହି ‘କୋଭିଡ଼-୧୯ ପ୍ରତିରୋଧକ-ପ୍ରତିପିଣ୍ଡର କ୍ଷିପ୍ର ପରୀକ୍ଷଣ’(ରାପିଡ୍‌ ଆଣ୍ଟିବଡ଼ି ଟେଷ୍ଟିଂ) ସମ୍ପର୍କିତ କିଛି ସାଧାରଣ ପ୍ରଶ୍ନର ଉତ୍ତର ଦେଇଛନ୍ତି ଭୁବନେଶ୍ବର ନବକୃଷ୍ଣ ଚୌଧୁରୀ ଉନ୍ନୟନ ଗବେଷଣା କେନ୍ଦ୍ର ନିର୍ଦେଶକ ପ୍ରଫେସର ଶ୍ରୀଜିତ୍‌ ମିଶ୍ର ଏବଂ ଉତ୍କଳ ବିଶ୍ବବିଦ୍ୟାଳୟ ସମାଜ ବିଜ୍ଞାନ ପ୍ରଫେସର ନବନୀତା ରଥ ଓ ମନସ୍ତତ୍ତ୍ବ ବିଭାଗ ପ୍ରଫେସର ଭାଶ୍ବତୀ ପଟ୍ଟନାୟକ। ଏହା କୋଭିଡ-୧୯ର ବ୍ୟାପକତା ଉପରେ ସତର୍କ ନଜର ରଖିବାରେ ସାହାଯ୍ୟ କରିବାରେ ସହାୟକ ହେବ ଏବଂ ଭୁବନେଶ୍ୱରରେ ହେଉଥିବା କୋଭିଡ଼-୧୯ ସମ୍ବନ୍ଧୀୟ ଏକ ସେରୋଲୋଜିକାଲ ଆଣ୍ଟିବଡ଼ି ପରୀକ୍ଷା ରୋଗର ବ୍ୟାପକତା ଉପରେ ସତର୍କ ନଜର ରଖିବାରେ ସାହାଯ୍ୟ କରିବ। ପ୍ରତିରୋଧକ-ପ୍ରତିପିଣ୍ଡଧାରୀ ବ୍ୟକ୍ତିଙ୍କର ରକ୍ତ କଣିକାରୁ କୋଭିଡ଼-୧୯ର ଚିକିତ୍ସା ହୋଇପାରିବ କି ନାହିଁ ସେଥିପାଇଁ ଅଦ୍ୟାବଧି ଗବେଷଣା ହୋଇନାହିଁ। ଫଳରେ ଏହି କ୍ଷିପ୍ରପରୀକ୍ଷଣରୁ କୋଭିଡ଼-୧୯ ରୋଗ ଚିହ୍ନଟ କରିବା ସହଜ ହେବନାହିଁ। ତେଣୁ ପ୍ରତିରୋଧକ-ପ୍ରତିପିଣ୍ଡଧାରୀ ବ୍ୟକ୍ତିଙ୍କର ରକ୍ତ କଣିକାରୁ କୋଭିଡ଼-୧୯ର ଚିକିତ୍ସା କିଭଳି କରାଯାଇପାରିବ ସେଥିପାଇଁ ଗବେଷଣା କରାଯିବା ଉଚିତ ବୋଲି ସେମାନେ ପ୍ରଶ୍ନର ଉତ୍ତରରେ କହିଛନ୍ତି।
ପ୍ରଶ୍ନ୧: କୋଭିଡ-୧ ୯କଣ?
ଉତ୍ତର: ସାର୍ସ-କୋଭ- ୨ନାମକ ଭୂତାଣୁ ଦ୍ବାରା ୨୦୧୯ଠାରୁ ବ୍ୟାପୁଥିବା କରୋନା ଭାଇରସ ରୋଗକୁ ସଂକ୍ଷେପରେ କୋଭିଡ଼- ୧୯ କୁହାଯାଉଛି।
ପ୍ରଶ୍ନ ୨: ସାର୍ସ-କୋଭ- ୨କଣ?
ଉତ୍ତର: ସିଭିଅର ଆକ୍ୟୁଟ ରେସ୍ପିରେଟରି ସି​ଂଡ୍ରୋମ୍‌ ବା ଗୁରୁତର ଶ୍ବାସଜନିତ ସଂକ୍ରମଣ କରୋନା ଭାଇରସ- ୨ନାମକ ଭୂତାଣୁର ଏହା ସଂକ୍ଷିପ୍ତ ବ୍ୟବହାରିକ ଲେଖ।
ପ୍ରଶ୍ନ ୩: କୋଭିଡ-୧ ୯ପାଇଁ କରାଯାଉଥିବା ସେରୋଲୋଜିକାଲ ଆଣ୍ଟିବଡ଼ି ପରୀକ୍ଷା କଣ ?
ଉତ୍ତର: ଶିରାରୁ ନିଆଯାଉଥିବା ରକ୍ତକୁ ପରୀକ୍ଷା କରିବା ଦ୍ୱାରା ଜଣାପଡ଼େ ଯେ ସେ ଲୋକଟିର ଦେହରେ ପ୍ରତିପିଣ୍ଡ ବା କରୋନା ଭୂତାଣୁକୁ ପ୍ରତିରୋଧ କରିବା ଭଳି କଣିକା ସୃଷ୍ଟି ହୋଇଛି କି ନାହିଁ.।
ପ୍ରଶ୍ନ ୪ . ସେରୋଲୋଜିକାଲ ଆଣ୍ଟିବଡ଼ି ପରୀକ୍ଷାର ଫଳାଫଳ ଆସିବାକୁ କେତେ ସମୟ ଲାଗେ ?
ଉତ୍ତର: ମାତ୍ର ୧୫ ରୁ ୩୦ ମିନିଟ ମଧ୍ୟରେ ଫଳାଫଳ ଜଣାପଡିଯାଏ। ଏହା ଏକ କ୍ଷିପ୍ର ରୋଗ ନିର୍ଣ୍ଣୟ ପରୀକ୍ଷା।
ପ୍ରଶ୍ନ୫: କେଉଁମାନଙ୍କ ପାଖରେ କୋଭିଡ଼- ୧୯ ପ୍ରତିରୋଧକ ଦ୍ଧ୍ୱ ପ୍ରତିପିଣ୍ଡ ବା ଆଣ୍ଟିବଡ଼ି ଥିବା ସମ୍ଭବ ?
ଉତ୍ତର: ଯେଉଁମାନେ ସାର୍ସ-କୋଭ- ୨ନାମକ ଭୂତାଣୁ ଦ୍ବାରା ସଂକ୍ରମିତ ହୋଇ କୋଭିଡ-୧୯ରେ ଆକ୍ରାନ୍ତ ହୋଇଥାନ୍ତି , ସେମାନଙ୍କ ଶରୀରରେ ପ୍ରତିପିଣ୍ଡ ବା ଆଣ୍ଟିବଡ଼ି ତିଆରି ହୋଇଥିବା ସମ୍ଭବପର।
ପ୍ରଶ୍ନ ୬: କୋଭିଡ-୧୯ରେ ଆକ୍ରାନ୍ତ ଭାବରେ ଚିହ୍ନଟ ହୋଇନଥିବା ଲୋକମାନଙ୍କ କ୍ଷେତ୍ରରେ ଏଭଳି ରକ୍ତ ପରୀକ୍ଷାର ଆବଶ୍ୟକତା କଣ ?
ଉତ୍ତର: କିଛି ଲୋକ କୋଭିଡ-୧୯ରେ ଆକ୍ରାନ୍ତ ହୋଇଥିଲେ ମଧ୍ୟ ସେମାନଙ୍କଠାରେ ରୋଗର ଲକ୍ଷଣ ଦେଖାଯାଇନଥାଏ ଅଥବା ସେମାନେ ଉପଯୁକ୍ତ ଚିକିତ୍ସା କରାଇନଥାଇ ପାରନ୍ତି। ସେଥିପାଇଁ ଏ ପରୀକ୍ଷଣ ରୋଗର ପୂର୍ବ ସୂଚନା ନଥିବା ଜନସମୁଦାୟଙ୍କ ନିମନ୍ତେ କରାଯାଏ।
ପ୍ରଶ୍ନ ୭: ପ୍ରାଥମିକ ଭାବେ ଏହି ପରୀକ୍ଷଣ ଆମ ରାଜ୍ୟର ଅନ୍ୟାନ୍ୟ ଜିଲ୍ଲା / ଅଞ୍ଚଳରେ କରାନଯାଇ କେବଳ ଭୁବନେଶ୍ଵରରେ
କାହିଁକି କରାଯାଇଛି ?
ଉତ୍ତର: ଯେହେତୁ ଭୁବନେଶ୍ବରରେ ରାଜ୍ୟର ସବୁଠୁ ଅଧିକ ସଂଖ୍ୟକ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି, ତେଣୁ ଭୁବନେଶ୍ବରକୁ ‘ହଟସ୍ପଟ’ ଭାବେ ଚିହ୍ନଟ କରାଯାଇଛି। ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳକୁ ଏହା ବ୍ୟାପିଯିବାର ଅଧିକ ସମ୍ଭାବନା ଥିବାରୁ ଏଠାରେ ପରୀକ୍ଷଣ ଆରମ୍ଭ କରାଯାଇଛି।
ପ୍ରଶ୍ନ ୮: ଏପରି ସାମୁହିକ ପରୀକ୍ଷଣର ଉଦ୍ଦେଶ୍ୟ କଣ ?
ଉତ୍ତର: କୋଭିଡ-୧ ୯ର ବ୍ୟାପକତା ଉପରେ ସତର୍କ ନଜର ରଖିବାରେ ଏଭଳି ପରୀକ୍ଷଣ ସାହାଯ୍ୟ କରିଥାଏ। ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ବିଭିନ୍ନ ବର୍ଗର କେତେ ସଂଖ୍ୟକ ଜନସାଧାରଣ କୋଭିଡ-୧୯ରେ ଆକ୍ରାନ୍ତ, ତାହାର ଆକଳନ କରିବା ସହଜ ହୁଏ। ସଂକ୍ରମଣ ପରେ ଚିକିତ୍ସାଧୀନ ଥିବା ରୋଗୀମାନଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିବିଶେଷ, ପରିବାର, ସମ୍ପର୍କୀୟ, ସଂକ୍ରମଣ ନିୟନ୍ତ୍ରଣ ନିମନ୍ତେ ଅବରୋଧ ଅଞ୍ଚଳରେ ସହାୟକ ଭୂମିକା ତୁଲାଉଥିବା ଦୋକାନୀ (କ୍ଷୀର, ସଉଦା,ପରିବା, ଫଳ ଆଦି), ପୁଲିସ ଓ ଡାକ୍ତରୀ ଦଳ, ଘରକୁ ଫେରି ନପାରି ଅସ୍ଥାୟୀ ଶିବିରରେ ରହୁଥିବା ଲୋକମାନେ, ସ୍ଥାନ ଅଭାବରୁ ସଙ୍ଗରୋଧକୁ କଡାକଡି ଭାବରେ ପାଳନ କରିବାରେ ଅକ୍ଷମ ବସ୍ତିବାସିନ୍ଦା ତଥା ଜନସାଧାରଣଙ୍କ ମଧ୍ୟରେ ବିକ୍ଷିପ୍ତ ଭାବରେ ଏ ପରୀକ୍ଷଣ କରାଗଲେ, ରୋଗର ପରିବ୍ୟାପ୍ତି ବିଷୟରେ ଏକ ମୋଟାମୋଟି ଆକଳନ କରାଯାଇପାରିବ।
ପ୍ରଶ୍ନ ୯: ଭିନ୍ନ ଭିନ୍ନ ସ୍ଥାନ ଓ ସ୍ତରରୁ ନିର୍ବାଚିତ ଜନସମୁଦାୟଙ୍କ ବ୍ୟତୀତ ଏହି ପରୀକ୍ଷଣରେ ଅନ୍ୟ କେଉଁମାନେ ଅନ୍ତର୍ଭୁକ୍ତ ?
ଉତ୍ତର: ଗୁରୁତର ଶ୍ବାସଜନିତ ସଂକ୍ରମଣ ଓ ଇନଫ୍ଳୁଏଞ୍ଜା ଭଳି ରୋଗରେ ପୀଡିତ ଲୋକମାନଙ୍କର ରକ୍ତନମୁନା ମଧ୍ୟ ଏ ପରୀକ୍ଷା ପାଇଁ ସଂଗୃହିତ ହୋଇଥାଏ ।
ପ୍ରଶ୍ନ ୧୦: ଭୁବନେଶ୍ବରର କେଉଁ ଜନସମୁଦାୟଙ୍କର ରକ୍ତ ପରୀକ୍ଷଣ ହେବ , ତାହା କିଏ ନିର୍ଦ୍ଧାରଣ କରିଥାଏ ?
ଉତ୍ତର: ଭୁବନେଶ୍ବର ମହାନଗର ନିଗମ ହିଁ ସ୍ୱାସ୍ଥ୍ୟ ବିଭାଗର ବିଶେଷଜ୍ଞ ମାନଙ୍କର ପରାମର୍ଶ କ୍ରମେ ଉପଯୁକ୍ତ ବିଧାନ ସହ ରକ୍ତ ପରୀକ୍ଷଣ କରାଯିବାକୁ ଥିବା ଜନସଂଖ୍ୟା ସ୍ଥିର କରିଥାଏ।
ପ୍ରଶ୍ନ ୧୧: ପରୀକ୍ଷଣରୁ ପ୍ରତିରୋଧକ ପ୍ରତିପିଣ୍ଡର ଉପସ୍ଥିତିର ପ୍ରମାଣ ମିଳିବା ପରେ କଣ କରାଯାଏ ?
ଉତ୍ତର: ଫଳାଫଳ ବାବଦରେ ସୁନିଶ୍ଚିତ ହେବାପାଇଁ ସେହିମାନଙ୍କଠାରୁ ଲାଳ-ନମୁନା ସଂଗ୍ରହ କରାଯାଇ ପୁନଃପରୀକ୍ଷଣ (rt-pcr) ନିମନ୍ତେ ପଠାଯାଇଥାଏ ।
ପ୍ରଶ୍ନ: ୧୨.ପ୍ରତିରୋଧକ-ପ୍ରତିପିଣ୍ଡର ପରୀକ୍ଷଣରୁ ଜଣେ ବ୍ୟକ୍ତି କୋଭିଡ଼-୧୯ରେ ପୀଡିତ ବୋଲି ସୁନିଶ୍ଚିତ ଭାବରେ କୁହାଯାଇପାରିବ କି ?
ଉତ୍ତର: ନା, ବିଶ୍ବ ସ୍ୱାସ୍ଥ୍ୟ ସଂଗଠନ (who) ଓ ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ (icmr)ର ମାର୍ଗଦର୍ଶିକା ଅନୁଯାୟୀ କେବଳ rt-pcr ପରୀକ୍ଷଣରୁ ହିଁ କୋଭିଡ-୧୯ର ସଂକ୍ରମଣ ନିରୂପଣ କରାଯାଇଥାଏ ।
ପ୍ରଶ୍ନ ୧୩: ଶରୀରରେ କରୋନା ପ୍ରତିରୋଧକ ଦ୍ଧ୍ୱ ପ୍ରତିପିଣ୍ଡ ଥିବା ବ୍ୟକ୍ତିମାନେ ଭବିଷ୍ୟତରେ କୋଭିଡ଼- ୧୯ରେ ଆକ୍ରାନ୍ତ ଲୋକମାନଙ୍କର ଚିକିତ୍ସା କ୍ଷେତ୍ରରେ ସହାୟକ ହୋଇପାରିବେ କି ?
ଉତ୍ତର: ଏହା ଅଦ୍ୟାବଧି ଗବେଷଣା ସାପେକ୍ଷ। କରୋନା ପ୍ରତିରୋଧକ-ପ୍ରତିପିଣ୍ଡଧାରୀ ବ୍ୟକ୍ତିମାନଙ୍କଠାରୁ ପ୍ଲାଜ୍ମା ସଂଗ୍ରହ କରାଯାଇ କୋଭିଡ଼-୧୯ରେ ଆକ୍ରାନ୍ତ ମାନଙ୍କର ଚିକିତ୍ସା ନିମନ୍ତେ ଯେଉଁ ନିୟମାବଳୀ ଅନୁସରଣ କରାଯିବା ଆବଶ୍ୟକ, ତାହା ଏ ପର୍ୟ୍ୟନ୍ତ ପ୍ରସ୍ତୁତ ହୋଇନାହିଁ ।
ପ୍ରଶ୍ନ ୧୪; ଯେଉଁମାନଙ୍କ ଶରୀରରେ କରୋନା ପ୍ରତିରୋଧକ ଦ୍ଧ୍ୱ ପ୍ରତିପିଣ୍ଡ ଚିହ୍ନଟ କରାଯାଇଛି, ଭବିଷ୍ୟତରେ ସେମାନେ କୋଭିଡ଼- ୧୯ରେ ଆକ୍ରାନ୍ତ ହେବାରୁ ମୁକ୍ତ କି?
ଉତ୍ତର: ଏହା ଭବିଷ୍ୟତରେ ଗବେଷଣା ସାପେକ୍ଷ ।
ପ୍ରଶ୍ନ ୧୫; ଏହି ପରୀକ୍ଷଣ ପାଇଁ ସାଧାରଣ ଲୋକେ କାହା ସହିତ ଯୋଗାଯୋଗ କରିବା ଆବଶ୍ୟକ ?
ଉତ୍ତର: ସହରର ବାସିନ୍ଦାମାନେ ନିଜ ଅଞ୍ଚଳର ‘ନିବାସୀ କଲ୍ୟାଣ ସଂଗଠନ ଏବଂ ଅନ୍ୟାନ୍ୟ ଅଞ୍ଚଳବାସୀ ନିକଟସ୍ଥ ସ୍ୱାସ୍ଥ୍ୟ ସହାୟିକା, ଆଶା କର୍ମୀ ଅଥବା ୱାର୍ଡ ଅଧିକାରୀ ମାନଙ୍କ ସହ ଯୋଗାଯୋଗ କରିପାରିବେ ।
ପ୍ରଶ୍ନ ୧୬. ଏହି କ୍ଷିପ୍ର-ପରୀକ୍ଷଣ ଥଳି ଆମ ରାଜ୍ୟକୁ କେଉଁଠାରୁ ଆସିଛି ?
ଉତ୍ତର: ଏହି କ୍ଷିପ୍ର-ପରୀକ୍ଷଣ ଥଳି ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ (icmr)ମାଧ୍ୟମରେ ଓଡିଶାକୁ ଦିଆଯାଇଛି।
ପ୍ରଶ୍ନ ୧୭. ପ୍ରଥମ ପର୍ୟ୍ୟାୟରେ କେତୋଟି କ୍ଷିପ୍ର-ପରୀକ୍ଷଣ ଥଳି ଓଡିଶା ସରକାରଙ୍କୁ ଯୋଗାଇ ଦିଆଯାଇଛି ?
ଉତ୍ତର: ପ୍ରଥମ ପର୍ୟ୍ୟାୟରେ ଓଡିଶାକୁ ୬୦୦୦ ଥଳି icmr ଯୋଗାଇ ଦେଇଛନ୍ତି ।

Comments are closed.