କରୋନା ପାଇଁ କଂଗ୍ରେସର ସ୍ବତନ୍ତ୍ର ନିୟନ୍ତ୍ରଣ କକ୍ଷ

ଭୁବନେଶ୍ବର : ବର୍ତ୍ତମାନ ଦେଶରେ କୋରୋନା ଏକ ମହାମାରୀ ଭାବରେ ଉଭା ହୋଇଛି । ଏହି ପରିପ୍ରେକ୍ଷୀରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କଂଗ୍ରେସ ପକ୍ଷରୁ କଣ୍ଟ୍ରୋଲ ରୁମ (ନିୟନ୍ତ୍ରଣ କକ୍ଷ) ଖୋଲିବାକୁ ନିର୍ଦେଶ ଦେଇଛନ୍ତି । ଜାନକୀ ବଲ୍ଲଭ ପଟ୍ଟନାୟକ,  ଚିନ୍ମୟ ସୁନ୍ଦର ଦାସ, ରଜନୀ କୁମାର ମହାନ୍ତି, ମାନସ ଆଚାର୍ଯ୍ୟ, ଲିଙ୍ଗରାଜ ସାହୁ, ତରୁଣ ମିଶ୍ର, କୈଳାଶ ସାହୁ,ଦୀପକ କୁମାର ମହାପାତ୍ର, ସୁଶାନ୍ତ ତ୍ରିପାଠୀ, ସୁବ୍ରତ ମହାପାତ୍ର, ଜୟକୃଷ୍ଣ ମଲିଆ, ନିରଞ୍ଜନ ନାୟକ ଓ ଆଦିତ୍ୟ ପ୍ରୀତମ ଦାସ ପ୍ରମୁଖ ୧୩ ଜଣ ଯୁବ କର୍ମୀ ଏହି କଂଟ୍ରୋଲ ରୁମକୁ ପରିଚାଳନା କରିବେ । ଏହା ପ୍ରତିଦିନ ସକାଳ ୯ ଟାରୁ ରାତି ୯ ପର୍ଯ୍ୟନ୍ତ ଖୋଲା ରହିବ । ଲକଡାଉନ ସମୟରେ ଯଦି କୌଣସି ବ୍ୟକ୍ତି କିଛି ସମସ୍ୟାର ସମ୍ମୁଖୀନ ହୁଅନ୍ତି ତେବେ ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟ ବା କଣ୍ଟ୍ରୋଲ ରୁମ ଟେଲିଫୋନ ନମ୍ବର ୦୬୭୪-୨୫୩୫୫୭୭ ରେ ଯୋଗାଯୋଗ କରିପାରିବେ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି ।

 

Comments are closed.