ଚୀନରେ ପୁଣି କରୋନା ପ୍ରାଦୁର୍ଭାବ

ବେଜିଂ : ଚୀନରେ ପୁଣି କରୋନା ସଂକ୍ରମଣ ବ୍ୟାପିଛି। ରାଜଧାନୀ ବେଜିଂ ନିକଟସ୍ଥ ହୁବେଇ ପ୍ରଦେଶ ଅନ୍ତର୍ଗତ ଆକ୍ସିନ ଅଞ୍ଚଳରେ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଉକ୍ତ ଅଞ୍ଚଳରେ ଲକଡାଉନ ଜାରି କରାଯାଇଛି। କରୋନା ସଂକ୍ରମଣର ଦ୍ବିତୀୟ ଲହରୀ ରୋକିବାକୁ ଚୀନ ସରକାର ଏଥର ଲକଡାଉନ କଟକଣା ଆହୁରି କଠୋର କରିଛନ୍ତି। ଫଳରେ ହୁବେଇ ପ୍ରଦେଶର ଆକ୍ସିନ ଅଞ୍ଚଳ ନିବାସୀ ପ୍ରାୟ ୪ ଲକ୍ଷ ଲୋକ ଏବେ ପୁନଃ ଲକଡାଉନରେ ଅଛନ୍ତି। ଆକ୍ସିନ ଅଞ୍ଚଳରେ ରବିବାର ୧୮ ଜଣ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାର କିଛିଦିନ ପୂର୍ବରୁ ବେଜିଂରେ ନୂତନ ସଂକ୍ରମିତ ଚିହ୍ନଟ ହୋଇଥିଲେ। ପୁଣି ଥରେ କରୋନା କାୟା ବିସ୍ତାର କଲେ ଏହାକୁ ନିୟନ୍ତ୍ରଣ କରିବା କଷ୍ଟକର ହେବ ବୋଲି ଚୀନ ବିଶେଷଜ୍ଞମାନେ କହିଛନ୍ତି।

Comments are closed.