କରୋନାର କାୟା : ଭାରତରେ ୧,୩୧,୮୬୮ ଆକ୍ରାନ୍ତ, ୩୮୬୭ ମୃତ

ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଚାଲିଛି । ୬,୭୬୭ଟି ନୂଆ ମାମଲା ସହ ରବିବାର ସକାଳ ସୁଦ୍ଧା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୩୧,୮୬୮ରେ ପହଞ୍ଚିଛି । ୫୪,୪୪୧ ଜଣ ସୁସ୍ଥ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୩୮୬୭କୁ ବୃଦ୍ଧି ପାଇଛି । ଦେଶରେ ବର୍ତ୍ତମାନ ୭୩,୫୬୦ ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ମହାରାଷ୍ଟ୍ରରେ ସର୍ବାଧିକ  ୧୫୭୭ ଜଣଙ୍କର ମୃତ୍ୟୁ ଘଟିଛି ।

ଅନ୍ୟ ପକ୍ଷରେ ଦେଶରେ ବର୍ତ୍ତମାନ ସୁଦ୍ଧା ୨୯,୪୩,୪୨୧ ନମୁନା ପରୀକ୍ଷା କରାଯାଇଥିବା ଭାରତୀୟ ଡାକ୍ତରୀ ଗବେଷଣା ପରିଷଦ (ଆଇସିଏମଆର) ପକ୍ଷରୁ କୁହାଯାଇଛି । ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ୧,୦୮,୬୩୨ନମୁନା ପରୀକ୍ଷା କରାଯାଇଥିବା ଆଇସିଏମଆର ପକ୍ଷରୁ କୁହାଯାଇଛି ।

Comments are closed.