ଭାରତରେ ୪ ଲକ୍ଷ ନିକଟତର କରୋନା; ଦିନକରେ ୧୪,୫୧୬ ସଂକ୍ରମିତ, ୩୭୫ ମୃତ

ନୂଆଦିଲ୍ଲୀ: ଭାରତରେ କରୋନା ଭୂତାଣୁ ସଂକ୍ରମିତ ସଂଖ୍ୟା ୪ ଲକ୍ଷ ନିକଟତର ହୋଇଛି। ଗୋଟିଏ ଦିନରେ ୧୪ ହଜାର ୫୧୬ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ମୋଟ ଆକ୍ରାନ୍ତ ସଂଖ୍ୟା ୩ ଲକ୍ଷ ୯୫ ହଜାର ୪୮ରେ ପହଞ୍ଚିଛି। ଏହା ବ୍ୟତୀତ ଗତ ୨୪ ଘଣ୍ଟାରେ ୩୭୫ ରୋଗୀଙ୍କ ମୃତ୍ୟୁ ଘଟିଛି, ଯାହାଫଳରେ ମୃତ୍ୟୁ ସଂଖ୍ୟା ୧୨ ହଜାର ୯୪୮କୁ ବୃଦ୍ଧି ପାଇଛି। ବର୍ତ୍ତମାନ ୧ ଲକ୍ଷ ୬୮ହଜାର ୨୬୯ ରୋଗୀ ସକ୍ରିୟ ଥିବାବେଳେ ୨ ଲକ୍ଷ ୧୩ ହଜାର ୮୩୧ ଜଣ ସୁସ୍ଥ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ରାଜ୍ୟଗୁଡ଼ିକ ତୁଳନାରେ ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ୧ ଲକ୍ଷ ୨୪ ହଜାର ୩୩୧ରେ ପହଞ୍ଚିଥିବାବେଳେ ୫୮୯୩ ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଦିଲ୍ଲୀରେ ସଂକ୍ରମିତଙ୍କ ସଂଖ୍ୟା ୫୩ ହଜାର ୧୧୬ ଓ ମୃତକଙ୍କ ସଂଖ୍ୟା ୨୦୩୫କୁ ବୃଦ୍ଧି ପାଇଛି। ତାମିଲନାଡୁରେ ୫୪ ହଜାର ୪୪୯ ଜଣ ସଂକ୍ରମିତ ହୋଇଥିବାବେଳେ ୬୬୬ ରୋଗୀ ପ୍ରାଣ ହରାଇଛନ୍ତି। ସେହିପର ଗୁଜରାଟରେ ୨୬ ହଜାର ୧୯୮ ଆକ୍ରାନ୍ତ ଓ ୧୬୧୯ ମୃତ, ଉତ୍ତରପ୍ରଦେଶରେ ୧୬ ହଜାର ୫୯୪ ସଂକ୍ରମିତ ଓ ୫୦୭ ମୃତ, ପଶ୍ଚିମବଙ୍ଗରେ ୧୩ ହଜାର ୯୦ ଆକ୍ରାନ୍ତ ଓ ୫୨୯ ମୃତ, ହରିୟାଣାରେ ୯ ହଜାର ୭୪୩ ଆକ୍ରାନ୍ତ ଏବଂ ୧୪୪ ମୃତ, ଆନ୍ଧ୍ରପ୍ରଦଶେରେ ୭୯୬୧ ଆକ୍ରାନ୍ତ ଏବଂ ୯୬ ମୃତ, ତେଲେଙ୍ଗାନାରେ ୬୫୨୬ ସଂକ୍ରମିତ ଓ ୧୯୮ ମୃତ, କର୍ଣ୍ଣାଟକରେ ୮୨୮୧ ଆକ୍ରାନ୍ତ ଓ ୧୨୪ ମୃତ, ରାଜସ୍ଥାନରେ ୧୪ ହଜାର ୧୫୬ ଆକ୍ରାନ୍ତ ଓ ୩୩୩ ମୃତ, ଜାମ୍ମୁ-କାଶ୍ମୀରରେ ୫୬୮୦ ସଂକ୍ରମିତ ଓ ୭୫ ମୃତ, ମଧ୍ୟପ୍ରଦେଶରେ ୧୧ ହଜାର ୫୮୨ ସଂକ୍ରମିତ ଓ ୪୯୫ ମୃତ, ବିହାରରେ ୭୨୯୦ ଆକ୍ରାନ୍ତ ଓ ୪୯ ମୃତ, ଆସାମରେ ୫୦୦୬ ଆକ୍ରାନ୍ତ ଓ ୯ ମୃତ, ଓଡ଼ିଶାରେ ୪୬୭୭ ସଂକ୍ରମିତ ଏବଂ ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

Comments are closed.