ଭୁବନେଶ୍ବରରୁ ଆଉ ୫୪ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର ଭୁବନେଶ୍ୱରରୁ ଶୁକ୍ରବାର ଆଉ ୫୪ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୧୭ ଜଣ ରହିଥିବାବେଳେ ୩୭ ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ। ଏହାସହ ୭୨ ଜଣ ଆରୋଗ୍ୟ ଲାଭ କରିଛନ୍ତି।

ଭୁବନେଶ୍ଵରରେ ଏହାକୁ ମିଶାଇ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୦୦୧୯କୁ ବୃଦ୍ଧି ଘଟିଛି। ଅନ୍ୟପଟେ ସୁସ୍ଥ ସଂଖ୍ୟା ୨୯୦୭୪ରେ ପହଞ୍ଚିଛି। କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୮୯ରେ ପହଞ୍ଚିଛି। ସକ୍ରିୟ କେସ୍ ସଂଖ୍ୟା ୭୩୫ ରହିଥିବା ନେଇ ଭୁବନେଶ୍ବର ମହାନଗର ନିଗମ(ବିଏମସି) ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି ।

Comments are closed.