ବେଲଗାଁରେ କରୋନା ସଚେତନତା କାର୍ଯ୍ୟକ୍ରମ

ଟିଟିଲାଗଡ଼ : ବଲାଙ୍ଗୀର ଜିଲା ଅନ୍ତର୍ଗତ ବେଲଗାଁରେ କରୋନା ଭାଇରସ ସଚେତନତା କାର୍ଯ୍ୟକ୍ରମ କରାଯାଇଛି । ନିୟମ ଉଲଂଘନ କାରିଙ୍କୁ  ପୁଲିସ କଡା ତାଗିଦ କରିଥିବାବେଳେ ବେଲଗାଁ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ବିକାଶ ରଞ୍ଜନ ନାୟକ ଜାତୀୟ ରାଜପଥ କଡ଼ରେ ପଥଚାରୀଙ୍କୁ ହାତ ଧୋଇବା ଶିକ୍ଷା ଦେଇଥିଲେ। ଏହି ସଚେତନତା କାର୍ଯ୍ୟକ୍ରମରେ ତହସିଲଦାର ସୁମନ କିଶୋର ଡୁଙ୍ଗଡୁଙ୍ଗ,  ବିଡିଓ ଦେଵାଶିଷ ସାମଲ,  ଆଇଆଇସି ବାରିଣୀ ଦାସ, ରାଜ୍ୟ ବିଜେଡି ପରିଷଦ ସଭ୍ୟ ନିହାର ରଞ୍ଜନ ଵେହେରା, ଆଇନଜୀବୀ ଅଶୋକ ମାଝୀ ପ୍ରମୁଖ ଉପସ୍ଥିତ ରହିଥିଲେ।

Comments are closed.