ଠଣାପଲ୍ଲୀରେ କରୋନା ସଚେତନତା କାର୍ଯ୍ୟକ୍ରମ 

ବେଗୁନିଆ: ବେଗୁନିଆ ଥାନା ଅନ୍ତର୍ଗତ ଠଣାପଲ୍ଲୀ ଗ୍ରାମର ବାଲୁଙ୍କେଶ୍ୱର ଯୁବ କଳାପରିଷଦ ଦ୍ୱାରା ଆୟୋଜିତ ଏକ ସଭାରେ କରୋନା ପାଇଁ ବିଭିନ୍ନ ସତର୍କତା ମୂଳକ ପଦକ୍ଷେପ ଉପରେ ଆଲୋଚନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବହୁ ବୁଦ୍ଧିଜୀବି, ସମାଜସେବୀ ଏବଂ ଜନସାଧାରଣ ଯୋଗ ଦେଇଥିଲେ। ସାରା ବିଶ୍ୱରେ କରୋନାର ଦ୍ୱିତୀୟ ଲହର ବ୍ୟାପିଥିବାରୁ ଉପସ୍ଥିତ ଗ୍ରାମବାସୀମାନଙ୍କୁ ସଚେତନ କରାଯାଇଥିଲା। ଘରୁ ବାହାରିବା ସମୟରେ ନିଶ୍ଚିତ ଭାବେ ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ ବଜାୟ ରଖିବା, ସାନିଟାଇଜର କିମ୍ବା ସାବୁନ ଦ୍ୱାରା ହାତ ଭଲଭାବେ ପରିଷ୍କାର କରିବା ଏବଂ ଠିକ ସମୟରେ ଟୀକା ନେବା। ସରକାରଙ୍କର ଏହି କଟକଣାଗୁଡିକ ନିଶ୍ଚିତ ଭାବେ ମାନିବା ଉପରେ ଆଲୋଚନା କରାଯାଇଥିଲା। ଉପସ୍ଥିତ ଜନସାଧାରଣଙ୍କୁ ପରିଷଦ ତରଫରୁ ମାସ୍କ ବଣ୍ଟନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ରାଜକିଶୋର ସାହୁ, ସୂର୍ଯ୍ୟକାନ୍ତ ପ୍ରଧାନ, ଦୀପକ ସାହୁ, ପ୍ରଦୀପ ସାହୁ ଏବଂ ଦେବାଶିଷ ମହାପାତ୍ର ପ୍ରମୁଖ ପରିଚାଳନା କରିଥିଲେ। ଯୁବକ ସଂଘର କର୍ମକର୍ତ୍ତାମାନେ ଏଥିରେ ସହଯୋଗ କରିଥିଲେ।

Comments are closed.