କରୋନା ମହାମାରୀ ଉପରେ ସଚେତନତା

ଫୁଲବାଣୀ: କନ୍ଧମାଳ ଜିଲାର ବିଭିନ୍ନ ସ୍ଥାନରେ କରୋନା ମହାମାରୀ ଉପରେ ବର୍ତ୍ତମାନ ମଧ୍ୟ ସଚେତନତା କାର୍ଯ୍ୟକ୍ରମ ଚାଲିଛି। ଏଭଳି ସ୍ଥଳେ ବାଲିଗୁଡ଼ା ବ୍ଳକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତରେ କରୋନା ଉପରେ ସେଚତନତା ସହିତ ମାସ୍କ ପ୍ରଦାନ କାର୍ଯ୍ୟକ୍ରମ ଚାଲିଥିବା ବେଳେ ବାରଖମା ସ୍ଥିତ ଜୀବନ ଜ୍ୟୋତି ପରିଷଦ ପକ୍ଷରୁ ବାରଖମାଠାରୁ କୁଟିକିଆ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର କରୋନା ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଏଥିରେ କରୋନା ଠାରୁ କିଭଳି ଭାବେ ଦୂରେଇ ରହିବା, ମାସ୍କ ବ୍ୟବହାର, ହାତ ଧୋଇବା ସହିତ ସାମାଜିକ ଦୂରତ୍ୱ ରକ୍ଷା କରିବା ଭଳି ବିଭିନ୍ନ ଦିଗ ଉପରେ ଅଞ୍ଚଳବାସୀକୁ ସଚେତନ କରାଯାଇଛି। ପରିଷଦର ସଭାପତି ରଜନୀକାନ୍ତ ଦିଗାଲ, ସଂପାଦକ ପରମାନନ୍ଦ ନାୟକ ଓ ପରିଷଦର ସମସ୍ତ କର୍ମକର୍ତ୍ତାମାନେ ଏଥିରେ ସାମିଲ୍‍ ହୋଇଥିଲେ।

Comments are closed.