କରୋନା ସଂକ୍ରମଣ : ନବମ ସ୍ଥାନରେ ଭାରତ

ନୂଆଦିଲ୍ଲୀ : ବିଶ୍ବରେ କରୋନା ଭୂତାଣୁ ସଂକ୍ରମଣରେ ଭାରତ ନବମ ସ୍ଥାନକୁ ଉଠିଛି । କିଛି ଦିନ ହେଲା ଭାରତ ୧୦ମ ସ୍ଥାନରେ ରହିଆସିଥିବାବେଳେ ଶୁକ୍ରବାର ଏହା ତୁର୍କୀକୁ ପଛରେ ପକାଇ ନବମ ସ୍ଥାନକୁ ଉଠିଛି । ଶୁକ୍ରବାର ସୁଦ୍ଧା ଭାରତରେ ସଂକ୍ରମିତଙ୍କ ସଂଖ୍ୟା ୧,୬୫,୭୯୯ ଓ ମୃତ୍ୟୁସଂଖ୍ୟା ୪୭୦୬ ହୋଇଛି । ମାତ୍ର ୱାର୍ଲଡୋମିଟର ତଥ୍ୟ ଅନୁଯାୟୀ ଭାରତର ସଂକ୍ରମିତ ସଂଖ୍ୟା ୧,୬୯,୦୧୧ ଓ ମୃତ୍ୟୁସଂଖ୍ୟା ୪୮୨୦। ଭାରତ ପଛକୁ ୧୦ମ ସ୍ଥାନରେ ଥିବା ତୁର୍କୀରେ ସଂକ୍ରମିତଙ୍କ ସଂଖ୍ୟା ୧,୬୦,୯୭୯ ଓ ମୃତ୍ୟୁସଂଖ୍ୟା ୪୪୬୧ ।

ଶୁକ୍ରବାର ଭାରତରେ ୭୪୬୬ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୧୭୫ଜଣଙ୍କର ମୃତ୍ୟୁ ହୋଇଛି। ଏହି ସଂକ୍ରମିତଙ୍କ ମଧ୍ୟରୁ ୭୧, ୧୦୬ଜଣ ସୁସ୍ଥ ହୋଇଛନ୍ତି। ଭାରତର କରୋନା ହଟସ୍ପଟ ରାଜ୍ୟ ମହାରାଷ୍ଟ୍ରରେ ସଂକ୍ରମିତଙ୍କ ସଂଖ୍ୟା ୬୦ହଜାର ଅତିକ୍ରମ କରିଛି । ମହାରାଷ୍ଟ୍ରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬୨,୨୨୮ରେ ପହଞ୍ଚିଥିବାବେଳେ ମୃତ୍ୟୁସଂଖ୍ୟା ୨୦୯୮ ହୋଇଛି ।

Comments are closed.