ଫିଲିପାଇନ୍ସରେ ୯ ଡାକ୍ତରଙ୍କ ମୃତ୍ୟୁ

ମନିଲା : ଫିଲିପାଇନ୍ସରେ କରୋନା ସଂକ୍ରମିତଙ୍କ ଚିକିତ୍ସା କରି ମୃତ୍ୟୁମୁଖରେ ପଡ଼ିଛନ୍ତି ୯ ଡାକ୍ତର। ଏହି ପରିପ୍ରେକ୍ଷୀରେ ଚିକିତ୍ସାରେ ନିୟୋଜିତ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ସୁରକ୍ଷା ପାଇଁ ସରକାର କୌଣସି ନିଶ୍ଚିତ ବ୍ୟବସ୍ଥା କରି ନ ଥିବା ଦେଶର ଡାକ୍ତର ସଙ୍ଘ ପକ୍ଷରୁ ଅଭିଯୋଗ କରାଯାଇଛି। ଫିଲିପାଇନ୍ସରେ ଅଦ୍ୟାବଧି ୪୦ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨ହଜାର ଚିକିତ୍ସାଧୀନ ଅଛନ୍ତି। ଲୁଜୋନ୍ ଦ୍ବୀପ ସର୍ବାଧିକ କରୋନା ପ୍ରଭାବିତ ହୋଇଛି। ମନିଲାର ତିନିଟି ବଡ଼ ଡାକ୍ତରଖାନା କରୋନା ସଂକ୍ରମିତଙ୍କ ଦ୍ବାରା ଭର୍ତ୍ତି ହୋଇଯାଇଛି। ସେଠାରେ ଆଉ ନୂଆ ରୋଗୀଙ୍କୁ ଗ୍ରହଣ କରା ନ ଯିବା ଦ୍ବାରା ସମସ୍ୟା ସୃଷ୍ଟିହୋଇଛି। ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ମଧ୍ୟରୁ ଅଧିକାଂଶ କ୍ବାରେଣ୍ଟାଇନ୍ରେ ଯିବାକୁ ବାହାରିଥିବାବେଳେ ଆଗକୁ ବଡ଼ ସଂକଟ ସୃଷ୍ଟିହେବା ଅଶଙ୍କା ଦେଖାଦେଇଛି।