ନୂଆପଡ଼ାରେ ପୁଣି ୧୨ କରୋନା ପଜିଟିଭ୍

ଭୁବନେଶ୍ବର: ନୂଆପଡ଼ା ଜିଲାରେ ପୁଣି ୧୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ କରାଯାଇଛି। ଏନେଇ ନୂଆପଡ଼ା ଜିଲାପାଳ ମଧୁସ୍ମିତା ସାହୁ ସୂଚନା ଦେଇଛନ୍ତି। ଆଜିର କରୋନା ଆକ୍ରାନ୍ତଙ୍କ ମଧ୍ୟରେ ୧୧ଜଣ ମୁମ୍ବଇ ଫେରନ୍ତା ହୋଇଥିବାବେଳେ ଜଣେ ହାଇଦ୍ରାବାଦ୍ ଫେରନ୍ତା ବୋଲି ଜଣାପଡ଼ିଛି। ସେଥିମଧ୍ୟରୁ ସିନାପାଲି-୩, ବୋଡେନ୍-୩, ଖଡ଼ିଆଳ-୪ ଏବଂ ନୂଆପଡ଼ାରୁ ୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ନୂଆପଡ଼ା ଜିଲାରେ ଆଜି ଚିହ୍ନଟ ହୋଇଥିବା ନୂଆ ୧୨ ଜଣ କରୋନା ଆକ୍ରାନ୍ତ ସମସ୍ତେ ପୁରୁଷ ଓ ସେମାନେ କ୍ବାରେଣ୍ଟାଇନ୍ରେ ରହିଥିଲେ ବୋଲି ଜିଲାପାଳ ମଧୁସ୍ମିତା ସାହୁ ସୂଚନା ଦେଇଛନ୍ତି।