ଚୀନକୁ ପୁଣି ଲେଉଟିଲା କରୋନା; ପୂର୍ବ ଭୂତାଣୁ ଠାରୁ ଅଧିକ ବଳଶାଳୀ

ବେଜିଂ: ଚୀନକୁ ପୁଣି ଫେରିଛି କୋବିଦ-୧୯ କରୋନା ଭୂତାଣୁ । ଏହି ଭୂତାଣୁ ପୂର୍ବଠାରୁ ଅଧିକ ବଳଶାଳୀ ଓ ସଂକ୍ରମିତ ରୋଗୀମାନଙ୍କଠାରେ ଦୀର୍ଘ ସମୟ ଭୂତାଣୁ ବଞ୍ଚି ରହୁଛି ଏବଂ ରୋଗୀଙ୍କୁ ସୁସ୍ଥ ହେବାକୁ ଅଧିକ ସମୟ ଲାଗୁଛି ବୋଲି ସୂଚନା ମିଳିଛି । ଚୀନ୍‌ର ଜିଲିନ୍‌ ଏବଂ ହିଲୋଙ୍ଗଜିଆଙ୍ଗ ଅଞ୍ଚଳରେ ରୋଗୀମାନଙ୍କଠାରେ କରୋନା ଭାଇରସ୍ ରହୁଛି । କେବଳ ଏତିକି ନୁହେଁ, ଏହି ନୂତନ ରୋଗୀମାନେ ଉହାନରେ ସଂକ୍ରମିତମାନେ ସୁସ୍ଥ ହେବା ପାଇଁ ଯେତିକି ସମୟ ନେଇଥିଲେ ତାଙ୍କଠାରୁ ଅଧିକ ସମୟ ଏମାନେ ନେଉଛନ୍ତି । ଜାତୀୟ ସ୍ୱାସ୍ଥ୍ୟ ଆୟୋଗ ବିଶେଷଜ୍ଞ ଗୋଷ୍ଠୀର ସଦସ୍ୟ କ୍ୟୁ ହେଡବୋ କହିଛନ୍ତି ଯେ ରୋଗୀମାନଙ୍କଠାରେ ଜ୍ୱରର ଲକ୍ଷଣ ବହୁତ କମ୍ ରହୁଛି । ଏହି ଭାଇରସ୍ ଅନେକ ଅଙ୍ଗ ଅପେକ୍ଷା ଫୁସଫୁସରେ ଅଧିକ କ୍ଷତି ଘଟାଉଛି ।

ଲସ୍ ଏଲମୋସ୍ ଜାତୀୟ ପରୀକ୍ଷାଗାର ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗୋଟିଏ ପ୍ରଜାତିର ଭାଇରସ୍ ଅଧିକ ସଂକ୍ରମିତ ହୋଇପାରେ । ସେହିପରି ବ୍ରିଟେନର ଏକ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନଙ୍କ ଦ୍ୱାରା କରାଯାଇଥିବା ଅନ୍ୟ ଏକ ଅଧ୍ୟୟନରୁ ଜଣାପଡିଛି ଯେ ଭାଇରସ୍ ପରିବର୍ତ୍ତନ ହେଉଛି କିନ୍ତୁ ଏହା ଅନ୍ୟ ପ୍ରଜାତିର ଭାଇରସର ଲକ୍ଷଣ ନୁହେଁ । ଏହି ଭାଇରସ୍ କ୍ରମାଗତ ଭାବରେ ନିଜର  ରୂପ ପରିବର୍ତ୍ତନ କରୁଛି ବୋଲି ସଂକ୍ରାମକ ରୋଗ ବିଶେଷଜ୍ଞ ଜୋନାଥନ ଷ୍ଟୋଏ ସୂଚନା ଦେଇ ଏହାର ପରିଣାମ କ’ଣ ତାହା ପୂର୍ବାନୁମାନ କରାଯାଇ ପାରିବ ନାହିଁ ବୋଲି କହିଛନ୍ତି ।

ଚାଇନାରେ କରୋନା ସଂକ୍ରମଣର କିଛି ନୂଆ ମାମଲା ଆସିଛି । ଜିଲିନ୍ ପ୍ରଦେଶରେ ୧୩୩ ସ୍ଥାନୀୟ ସଂକ୍ରମଣ ମାମଲା ରହିଥିଲା, ସେଥିମଧ୍ୟରୁ ଦୁଇଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦୬ ଜଣ ସୁସ୍ଥ ହେବା ପରେ ଡାକ୍ତରଖାନାରୁ ଡିସଚାର୍ଜ ହୋଇଥିଲେ । ସ୍ଥାନୀୟ ସ୍ୱାସ୍ଥ୍ୟ ଆୟୋଗ କହିଛନ୍ତି ଯେ ୨୫ ଜଣ ରୋଗୀ ଏବେବି ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି, ସେଥିମଧ୍ୟରୁ ତିନିଜଣଙ୍କ ଅବସ୍ଥା ଗୁରୁତର ଏବଂ ସମସ୍ତେ ଜିଲିନ୍ ସହରର । ଏଥିସହ ସଂକ୍ରମିତ ଲୋକଙ୍କ ସଂସ୍ପର୍ଶରେ ଆସିଥିବା ୧୧୮୧ ଜଣଙ୍କ ଉପରେ ନଜର ରଖାଯାଇଛି । ମଙ୍ଗଳବାର ଦିନ, କୌଣସି ଲକ୍ଷଣ ନଥିବା ୧୬ଟି ନୂଆ ମାମଲା ରିପୋର୍ଟ ହୋଇଛି, ସେଥିମଧ୍ୟରୁ ୧୫ଟି ଉହାନରୁ । ସୂଚନାଯୋଗ୍ୟ ଯେ ଏହି ରୋଗରେ ଚାଇନାରେ ୪୬୩୪ ଜଣଙ୍କର ମୃତ୍ୟୁ ଘଟିଥିବା ସରକାରୀ ଭାବେ କୁହାଯାଇଛି ।

Comments are closed.