ରାଜ୍ୟର ୧୦,୭୫୧ ଅସ୍ଥାୟୀ ଚିକିତ୍ସା କେନ୍ଦ୍ରରେ ୨୪ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା

ଜଗିବେ ଗ୍ରାମରକ୍ଷୀ ଓ ଘରୋଇ ସୁରକ୍ଷା ଗାର୍ଡ

ଭୁବନେଶ୍ବର : କୋଭିଡ୍‌-୧୯ ପରିପ୍ରେକ୍ଷୀରେ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବାକୁ ସଶକ୍ତ କରିବା ଉଦ୍ଦେଶ୍ୟରେ ୬୭୯୮ ଗ୍ରାମ ପଞ୍ଚାୟତରେ ୧୦୭୫୧ଟି ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ସ୍ଥାପିତ ହୋଇଛି । ଏଥିରେ ମୋଟ ୪ ଲକ୍ଷ ୬୮ ହଜାର ଶଯ୍ୟାର ବ୍ୟବସ୍ଥା କରାଯାଇଛି ।
ଗ୍ରାମାଞ୍ଚଳରେ ଏହିସବୁ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଦ୍ୟୁତ୍ ସେବା, ପାନୀୟ ଜଳ, ରୋଷେଇ ଘର, ଗାଧୁଆ ଘର ଓ ଅନ୍ୟାନ୍ୟ ମୌଳିକ ସୁବିଧା ଯୋଗାଇ ଦିଆଯାଇଛି । କ୍ୱାରାଣ୍ଟାଇନ୍‌ରେ ରହୁଥିବା ଲୋକମାନଙ୍କ ପାଇଁ ନିତ୍ୟ ବ୍ୟବହାର୍ୟ୍ୟ କିଟ୍‌ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ସାମଗ୍ରୀ ଯୋଗାଇ ଦେବା ସହ ଘରୋଇ ସୁରକ୍ଷା ଗାର୍ଡ ଏବଂ ଗ୍ରାମରକ୍ଷୀମାନଙ୍କୁ ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥାରେ ନିୟୋଜିତ କରାଯାଇଛି । ଏହି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକର ବ୍ୟବସ୍ଥିତ ପରିଚାଳନା ନିମନ୍ତେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ତରଫରୁ ମାର୍ଗଦର୍ଶିକା ଜାରି କରାଯାଇଛି ।

Comments are closed.