କନ୍ଧମାଳରେ ପୁଣି ଜଣେ ପଜିଟିଭ, ଆକ୍ଟିଭ କେସ ଦୁଇ

ଫୁଲବାଣୀ : ଧିରେ ଧିରେ ପୁଣି ଡରାଉଛି କନ୍ଧମାଳରେ କରୋନା। ବାରମ୍ବାର ଶୂନ ଛୁଇଁବା ପରେ ପୁଣି ଫେରି ଆସୁଛି ଏହି କରୋନା। କିଛି ଦିନ ତଳେ ଜିଲାରେ ଉଭୟ ନୂଆ ସଂକ୍ରମିତ ଓ ଆକ୍ଟିଭ କେସ ଶୂନ ଥିବା ବେଳେ ଏବେ ପୁଣି  ଜିଲାରେ ଦୁଇ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତ ୧୫ ତାରିଖରେ ଜଣେ ନୂଆ ଆକ୍ରାନ୍ତଙ୍କୁ ଠାବ କରାଯାଇଥିଲା। ଆଜି ପୁଣି ଜଣେ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ଆଜି ପର୍ଯ୍ୟନ୍ତ ସମୂଦାୟ ସଂକ୍ରମିତଙ୍କ ସଂଖ୍ୟା ୫୯୫୩ରେ ପହଂଚିଥିବା ବେଳେ ଜିଲାରେ ଏବେ ଦୁଇ ଆକ୍ଟିଭ କେସ ରହିଛି। ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୫୯୧୮ରେ ସ୍ଥିର ରହିଛି। ଏବେ କରୋନାର ଦ୍ୱତୀୟ ସଂସ୍କରଣକୁ ନେଇ ଆଶଙ୍କା ପ୍ରକାଶ ପାଇଥିବା କାରଣରୁ ସମସ୍ତ କୋଭିଡ କଟକଣାକୁ ପ୍ରଶାସନ ପକ୍ଷରୁ କଡାକଡି କରାଯାଇଛି। ଜିଲାସାରା ପୁଣି କରୋନା ସଚେତନତା କାର୍ଯ୍ୟକ୍ରମ ଚାଲୁ କରାଯାଇଛି। ଜିଲାର ବିଭିନ୍ନ ପ୍ରକାର ପ୍ରଶାସନ ଓ ପୁଲିସ୍ ପକ୍ଷରୁ ମାକ୍ସ ବ୍ୟବହାର କରୁନଥିବା ବ୍ୟକ୍ତି ବିଶେଷଙ୍କ ଠାରୁ ଜରିମାନା ଆଦାୟ ସହିତ ସଚେତନତା ଆରମ୍ଭ କରାଯାଇଥିବାର ଦେଖାଯାଇଛି।

Comments are closed.