ହରଭଙ୍ଗାକୁ ପ୍ରବେଶ କଲା କରୋନା, ୮ ଚିହ୍ନଟ

ହରଭଙ୍ଗା : ଦୀର୍ଘ ଛଅମାସ ପରେ ବୌଦ୍ଧଜିଲ୍ଲା ହରଭଙ୍ଗା ଗ୍ରାମକୁ ପ୍ରଥମଥର ପାଇଁ କରୋନା ମହାମାରୀ ପ୍ରବେଶ କରିଛି। ଦୀର୍ଘ ଛଅ ମାସ ପରେ ରବିବାର ହରଭଙ୍ଗା ଗାଁରୁ ୫ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ଚିହ୍ନଟ ତାଲିକାରେ ହରଭଙ୍ଗାରୁ ସର୍ବାଧିକ-୦୫ଜଣ, କୁଶଙ୍ଗ, ସରସରା ଏବଂ କୁମାରୀରୁ ଜଣେ ଲେଖାଏଁ ମୋଟ ୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛି। ବ୍ଲକରେ ଲଗାତାର ୧୫ଦିନ ମଧ୍ୟରେ ୨୬୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ହରଭଙ୍ଗାର ସଂକ୍ରମିତ ଅଂଚଳକୁ କଂଟେନମେଂଟ ଜୋନ କରାଯିବ ପାଇଁ ସ୍ଥାନୀୟ ସଂରପଚଙ୍କ ସହିତ ହରଭଙ୍ଗା ବି.ଡି.ଓ  ନୀଳକଣ୍ଠ ବେହେରା ବିଚାରବିମର୍ଷ କରୁଥିବା କହିଛନ୍ତି।

Comments are closed.